www.samajalive.in
Monday, December 8, 2025
20.1 C
Bhubaneswar

ବିଦ୍ୟାଳୟ ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି, ଠିଆ ହୋଇ ପାଠପଢ଼ିଲେ ଛାତ୍ରଛାତ୍ରୀ

ପଦ୍ମପୁର: ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲା ପଦ୍ମପୁର ନିକଟସ୍ଥ ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ପାଣି ପଶିଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ ଏହି ଲଗାଣ ଯୋଗୁଁ ବିଦ୍ୟାଳୟ ଭିତରେ ପାଣି ପଶି ଯାଇଥିଲା। ଫଳରେ ପାଠପଢା ବନ୍ଦ ହୋଇଯାଇଥିଲା। ବିଦ୍ୟାଳୟର ଶ୍ରେଣୀ ଗୃହରେ ବର୍ଷା ଜଳ ପଶିଯାଇଥିବାରୁ ଛାତ୍ରଛାତ୍ରୀମାନେ ପାଣିରେ ଠିଆ ହୋଇ ପାଠ ପଢିଥିଲେ ।ଯାହା ଫଳରେ ପାଠପଢ଼ାରେ ବ୍ୟାହତ ହୋଇଛି।
ଜିଲା ପ୍ରଶାସନ ତୁରନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଗୁହାରି କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଗତ କିଛି ଦିନ ତଳେ ଖମାପଦର ଗ୍ରାମବାସୀ ଏବଂ ବିଦ୍ୟାଳୟରର ଛାତ୍ରଛାତ୍ରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପନ୍ଦର ଦିନ ମଧ୍ୟରେ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ପାଣିର ଗାରରେ ରହିଗଲା । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ ତାହେଲେ ରାୟଗଡା ଜିଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧାରଣାରେ ବସିବେ ବୋଲି ଖମାପଦର ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories