www.samajalive.in
Saturday, December 13, 2025
18.1 C
Bhubaneswar

ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ବର୍ଷ କାରଦଣ୍ଡ ଓ ତଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ୨୦୧୫ରେ ଏକ ଗଞ୍ଜେଇ ଜବତ ମାମଲାର ଶୁଣାଣି କରି ୩ଚାଲାଣକାରୀ(ଅଭିଯୁକ୍ତ)ଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ତଣ୍ଡ ଗଣିବା ପାଇଁ ରାୟ ଶୁଣାଇଛନ୍ତି । ମୋକଦ୍ଦମାର ବିବରଣୀରୁ ପ୍ରକାଶ, ୨୦୧୫ ମସିହାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାର ଜାଣି ରାଜଗାଙ୍ଗପୁର ପୁଲିସ ଲକ୍ଷ୍ମୀପୋଷ ଛକଠାରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଚାଲାଣକାରୀ ୩ ଅଭିଯୁକ୍ତ ୯୨କେଜି ଗଞ୍ଜେଇ ସମ୍ବଲପୁରରୁ ଆଣି ବିହାର ଚାଲାଣ କରୁଥିଲେ । ୩ଚାଲାଣକାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ବିରୁଧରେ ଏନଡିପିଏସ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଦାଲତରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା । ଶୁଣାଣି ବେଳେ ଜିଲା ଦୌରା ଜଜ୍‌ ଶ୍ରୀ ପଟ୍ଟନାୟକ ୧୭ଜଣଙ୍କ ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ବିକ ତଥ୍ୟ ଆଧାରରେ ୩ଅଭିଯୁକ୍ତ ମହମ୍ମଦ ଗୁଡୁ, ଡାନିସ ଆଲମ, ବିରବଲ କୁମାର ୟାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ତଣ୍ଡ ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ ଅଖତର ଓ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁନ୍ଦରଲାଲ ବେହେରା ମାମଲା ପରିଚାଳନା କରିଥିଲେ । ସହର ଓ ଆଖପାଖ ଅଞ୍ଚଳରେ ଧଳା ଜହର କାରବାରକୁ ନେଇ ପୁଲିସ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଅଦାଲତର ଏହି ରାୟ ନିଶା ବେପାରୀଙ୍କୁ ଏକ ଶକ୍ତ ଝଟକା ବୋଲି କେତେକ ଆଇନଜୀବୀ ମତ ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories