www.samajalive.in
Sunday, December 14, 2025
16.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ସାସିପଦର ଗାଁ ନିକଟରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ମାସରୀପଡା ଗାଁର ଉଦୟ ମଲ୍ଲିକ ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ସେହି ଗାଁର ଜ୍ୟୋତିରଞ୍ଜନ ମଲ୍କିକ ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ଯୁବକ ଓ ଆହତ ଯୁବକ ଏକ ବାଇକରେ ଫିରିଙ୍ଗିଆରୁ କାମ ସାରି ନିଜ ଗାଁ ମାସରୀପଡା କୁ ଫେରୁଥିବା ସମୟରେ ବାଇକକୁ ପଛପଟୁ ଏକ ମାଳବାହି ବୋଲେରୋ ଗାଡି ଧକା ଦେଇ ଫେରାର ହୋଇ ଯିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ବାଇକରେ ବସିଥିବା ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇ ଥିଲେ ଇ ସ୍ଥାନୀୟ ଲୋକଙ୍କ ସାହାୟତାରେ ଏକ ଆମ୍ବୁଲେନ୍ସ ସାହାଯ୍ୟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଣାଯାଇଥିବା ବେଳେ ମେଡିକାଲ ପହଂଚିବା ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଥିବା ଫିରିଙ୍ଗିଆ ର ଡାକ୍ତର ଶୁଭକାନ୍ତ ଦେବତା ସୂଚନା ଦେଇଥିବା ବେଳେ ଗୁରୁତର ଆହତ ଯୁବକ ଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି । ଅନ୍ୟାପଟେ ସୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଗାଡିଟି ଏକ ମାଳବାହି ବୋଲେରୋ ପିକଅପ ବୋଲି ଅଭିଯୋଗ ହୋଇଛି। ତେବେ ଘଟଣା ପରେ ମୃତ ବ୍ୟକ୍ତି ଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଏତଲା ସିଆଯାଇଛି। ଏତଲାକୁ ଆଧାର କରି ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନିର୍ଦେଶ କ୍ରମେ ଥାନାରେ ବରିଷ୍ଠ ପୋଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ମେଡିକଲ ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବାଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲ କୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ରାଓ I

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories