www.samajalive.in
Saturday, December 6, 2025
23.1 C
Bhubaneswar

ସିବିଆଇର ସ୍ୱତନ୍ତ୍ର ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ନିଜର ଦୁଇ ନମ୍ବର ଅଧିକାରୀ ତଥା ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ମଙ୍ଗଳବାର ଅର୍ଥାତ ଅକ୍ଟୋବର ୧୬ରେ ଲାଞ୍ଚ ନେବା ନେଇ ମାମଲା ରୁଜୁ କରିଛି। ଅଭିଯୋଗ ଫର୍ଦରେ ଆସ୍ଥାନାଙ୍କ ସହ ଗୁଇନ୍ଦା ବିଭାଗ (ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‍ ୱିଙ୍ଗ୍‍) (ର’) ସ୍ୱତନ୍ତ୍ର ନିର୍ଦେଶକ ସାମନ୍ତ କୁମାର ଗୋଏଲଙ୍କ ନାମ ରହିଛି। ତେବେ ର’ ସ୍ୱତନ୍ତ୍ର ନିର୍ଦୋକ ସାମନ୍ତ କୁମାରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇନାହିଁ।
ଏଫ୍‍ଆଇ୍‍ଆର୍‍ରେ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅଭିଯୋଗ ଅନୁସାରେ ଆସ୍ଥାନାଙ୍କ ନେତୃତ୍ୱାଧୀନ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ବ୍ୟବସାୟୀ ମୋଇନଉଦ୍ଦିନ ଅହମଦ କୁରେଶୀଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲା। ଏହି ମାମଲା ରଫାଦଫା କରିବା ପାଇଁ ରାକେଶ ଆସ୍ଥାନା ଲାଞ୍ଚ ନେଇଥିଲେ। ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଛବିକୁ ମଳିନ କରିବା ପାଇଁ ଆସ୍ଥାନା କାର୍ଯ୍ୟ କରୁଥିଲେ। ଏପରିକି ଆଲୋକ ବର୍ମାଙ୍କ ବିରୋଧରେ ସିଭିସିରେ ଅଭିଯୋଗ କରିବା ପାଇଁ ସେ କେତେକ ଅଧିକାରୀଙ୍କୁ ଧମକାଇଥିଲେ।
ସୂଚନା ଅନୁସାରେ ଧାରା ୧୬୪ରେ ସିବିଆଇ ପକ୍ଷରୁ ମାଜିଷ୍ଟ୍ରେଟ୍‍ଙ୍କ ଆଗରେ କେତେକ ଟେଲିଫୋନ୍‍ କଲ, ୱାଟସଆପ ମେସେଜ୍‍, ମିନି ଟ୍ରେଲ୍‍ ଏବଂ ମିନି ଷ୍ଟେଟ୍‍ମେଣ୍ଟ ଉପସ୍ଥାପନ କରାଯାଇଛି। ଏନେଇ ପଟିଆଲା ହାଉସ କୋର୍ଟରେ ଅନ୍ୟ ଜଣେ ଅଭିଯୁକ୍ତ ତଥା ମଧ୍ୟସ୍ଥି କାର୍ଯ୍ୟ ତୁଲାଇଥିବା ଦୁବାଇ ନିବାସୀ ମନୋଜ ପ୍ରସାଦଙ୍କ ବୟାନ ରେକର୍ଡ କରାଯାଇଛି। ଏହି ମାମଲାରେ ହାଇଦରାବାଦ ବ୍ୟବସାୟୀ ସନା ସତୀଶଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହାସହ ମନୋଜଙ୍କୁ ସିବଆଇ ଗିରଫ କରିଛି।
ଅଭିଯୋଗ ଅନୁସାରେ ମୋଇନଉଦ୍ଦିନଙ୍କ ପାଇଁ ସନା ସତୀଶ ଅର୍ଥର ଯୋଗାଡ଼ କରୁଥିଲେ। ଲାଞ୍ଚ ଟଙ୍କା ମନୋଜଙ୍କ ମାଧ୍ୟମରେ ଦିଆଯାଉଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨୧ରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ରାକେଶ ଆସ୍ଥାନାଙ୍କ ବିରୋଧରେ ୬ଟି ମାମଲାର ତଦନ୍ତ ଚାଲିଛି। ସାନ୍ଦେସାରା ଗ୍ରୁପ୍‍ଠାରୁ ବି ରାକେଶ ଆସ୍ଥାନା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଏହି ଘଟଣା ନେଇ ସିଭିସି ନିକଟରେ ଅଭିଯୋଗ କରାଯାଇଛି। ଅପରପକ୍ଷରେ ରାକେଶ ଆସ୍ଥାନା ପୂର୍ବରୁ ସିଭିସି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ)ରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ତଦନ୍ତ କରୁଥିବା ମାମଲାରେ ଆଲୋକ ବର୍ମା ଅଯଥା ହସ୍ତକ୍ଷେପ କରୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଫେବୃଆରୀ ମାସରେ କୁରେଶୀଙ୍କ ବାସଭବନ ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେତେବେଳେ ଆୟକର ବିଭାଗ ବ୍ଲାକବେରୀ ମେସେଞ୍ଜର (ବିବିଏମ୍‍) ମେସେଜ୍‍ରେ ପୂର୍ବତନ ସିବିଆଇ ନିର୍ଦେଶକ ଏପି ସିଂହଙ୍କ ସହ ତାଙ୍କର କିଛି ଚାଟ୍‍ ପାଇଥିଲା। ଏହାପରେ ଏପି ସିଂହଙ୍କୁ ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‍ସି)ର ସଦସ୍ୟତା ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories