www.samajalive.in
Saturday, December 13, 2025
26.1 C
Bhubaneswar

ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ରେଙ୍ଗାଲି: ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ତଥା ସମ୍ବଲପୁର ଜିଲ୍ଲା ନୋଡାଲ୍‍ ଅଫିସର ହେମନ୍ତ ପଣ୍ଡା ରେଙ୍ଗାଲି ବ୍ଲକର ବିଭିନ୍ନ ଗ୍ରାମରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ତବଡାବାହାଲ ଗ୍ରାମ ପଞ୍ଚାୟତର ପଣ୍ଡରିପାଲି ଠାରେ କାର୍ଯ୍ୟକାରୀ ହୋଇଥିବା ସମ୍ବନ୍ୱିତ କୃଷି ପଦ୍ଧତିରେ କ୍ଷେତ ପୋଖରି କୁଣ୍ଡରେ ମାଛ ଚାଷ, ବାରଡୁଙ୍ଗୁରୀ ଗ୍ରାମରେ ହୋଇଥିବା ଲେମନ୍‍ ଗ୍ରାସ୍‍ ଚାଷ ତଥା ଅନ୍ୟ ଗ୍ରାମରେ କାର୍ଯ୍ୟକ୍ଷମ ହୋଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିି ଏହାର ଅଗ୍ରଗତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା କୃଷି ଅଧିକାରୀ ଟଙ୍କଧର ସାହୁ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ସମ୍ବଲପୁର ଜିଲ୍ଳା କୃଷି ଅଧିକାରୀ ମନୋଜ ପ୍ରଧାନ, ବ୍ଲକ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଶୁଭଶ୍ରୀ ଜେନା, ଏଡିଏସ୍‍ ସି ରୋଜି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories