www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାରେ ବିଜେପି ଚାଣକ୍ୟ; ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ୱର: ସରଗରମ ହେଉଛି ରାଜ୍ୟ ରାଜନୀତି । ରାଜ୍ୟରେ ବିଜେପି ତାର ସ୍ଥିତି ମଜବୁତ କରିବାକୁ ଜୋରଦାର ପ୍ରୟାସ ଚଳାଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ରଣନୀତି ଆରମ୍ଭ କରୁଛି । ଗତକିଛି ଦିନ ହେବ ଓଡ଼ିଶାକୁ ବିଜେପିର ଅନେକ ହେଭିୱେଟଙ୍କ ଘନଘନ ଗସ୍ତ ପରେ ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେପି ନଡ୍ଡା । ସୂଚନା ଅନୁଯାୟୀ ନିର୍ଦ୍ଧାରିତ ସମୟ ଅନୁସାରେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ ଜେପି ନଡ୍ଡା । ପାରମ୍ପରିକ ନାଚ ଗୀତର ତାଳେତାଳେ କର୍ମୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ମୁଖ୍ୟାଳୟ ଯାଏଁ ନଡ୍ଡା ବାଇକ୍ ରାଲିରେ ଯାଇଥିଲେ । କାର୍ଯ୍ୟସୂଚୀ ଅନୁସାରେ କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର) ଠାରେ ଆସନ୍ତାକାଲି ଦିନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ ।

- Advertisement -

ସାଂସଦ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମରେ ରହିଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories