ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ଯୋଗଦେଲେ ଆଲୋକ ମହାନ୍ତି

ଯାଜପୁର: ଆଲୋକ ମହାନ୍ତି ପୂର୍ତ୍ତବିଭାଗର ଯାଜପୁର ପାଣିକୋଇଲି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଭାବେ ବୁଧବାର ଯୋଗ ଦେଇଛନ୍ତି। ଇଂ ମହାନ୍ତି କହିଛନ୍ତି ଜିଲା ବିଭାଗର ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହିତ କିପରି ସଠିକ ସମୟରେ ସରିବ ମୁଁ ଚେଷ୍ଟା କରିବି। ଏହା ପୂର୍ବରୁ ଇଂ ମହାନ୍ତି ବାଲେଶ୍ୱର ଜିଲାରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ପଟନାୟକ ସମ୍ବଲପୁର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି।

Comments are closed.