www.samajalive.in
Sunday, December 14, 2025
15.1 C
Bhubaneswar

ଅଣଦେଖା ହୋଇଥିଲେ ସୁଭାଷ ବୋଷ: ମୋଦୀ

ନୂଆଦିଲ୍ଲୀ: ଆଜକୁ ୭୫ ବର୍ଷ ପୂର୍ବେ ସିଙ୍ଗାପୁରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିଲେ ଆଜାଦ୍ ହିନ୍ଦ୍ ଫୌଜ ସରକାର । ସେତେବେଳେ ୯ଟି ଦେଶର ସରକାର ଏହାକୁ ମାନ୍ୟତା ପ୍ରଦାନ କରିଥିଲେ । ଦେଶର ସ୍ବତନ୍ତ୍ରତା ସଂଗ୍ରାମରେ ତାଙ୍କର ଯୋଗଦାନ ଅଦ୍ଭୂତପୂର୍ବ ଥିଲା। ହେଲେ ଗୋଟିଏ ପରିବାର ପାଇଁ ଭାରତ ମାତାର ଏହି ସୁପୁତ୍ରଙ୍କୁ ଅଣଦେଖା କରାଗଲା । କେବଳ ସୁଭାଷ ନୁହଁନ୍ତି ତାଙ୍କ ପରି ସର୍ଦାର ପଟେଲ, ଡ. ବିଆର ଆମ୍ବେଦକର ଏବଂ ଅନେକ ବରିଷ୍ଠ ସ୍ବତନ୍ତ୍ରତା ସେନାନୀ ଅଣଦେଖା ହୋଇ ରହିଗଲେ । ଏହି ପରିବାର ରାଜନୀତି ପାଇଁ ଦେଶର ଅନେକ ସୁପୁତ୍ରଙ୍କୁ ଭୁଲାଇ ଦିଆଗଲା ।

ଆଜାଦ୍‌ ହିନ୍ଦ୍ ଫୌଜ ସରକାର ଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଲାଲ କିଲ୍ଲାରେ ଅଭିଭାଷଣରେ ଏଭଳି କହିଛନ୍ତି । ଏହା ସହ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ମୋଦୀ ଲାଲ କିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି । ଏହି ଅବସରରେ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ଲୋକ ସେଠାରେ ଉପସ୍ଥିତ ରହିଥିଲେ ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ବାଧୀନ ହେଲା ପରେ ଯଦି ସୁଭାଷ ଚନ୍ଦ୍ର ବୋଷ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାନ ନେତୃତ୍ବଙ୍କ ମାର୍ଗଦର୍ଶନ ମିଳି ଥାଆନ୍ତା, ତେବେ ଆଜି ଦେଶର ପରିସ୍ଥିତି ଭିନ୍ନ ଥାଆନ୍ତା । ଭାରତର ପରମ୍ପରା, ଭାରତୀୟ ସଂସ୍କୃତି ଓ ପାଠ୍ୟ ପୁସ୍ତକକୁ ମଧ୍ୟ ଅଣାଦେଖା କରାଯାଇଛି ବୋଲି ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭାଷ ବାବୁ କେମ୍ବ୍ରିଜ୍ ସମୟର ଦିନକୁ ମନେ ପକାଇ କହିଛନ୍ତି ଯେ, ଭାରତୀୟଙ୍କୁ ସବର୍ଦା ବ୍ରିଟେନ୍ ଓ ୟୁରୋପ ଦେଶ ଗୁଡିକୁ ବଡ କରି ଦେଖାଯାଇଛି। ତେଣୁ ୟୁରୋପ ଓ ଇଂଲଣ୍ଡ ଚଷମା(ଦୃଷ୍ଟି କୋଣ)ରେ ଦେଖିବା ଅଭ୍ୟାସରେ ପରିଣତ ହୋଇଛି । ଦେଶ ବର୍ତ୍ତମାନ ନେତାଜୀଙ୍କ ମାର୍ଗ ଦର୍ଶନରେ ଚାଲିଛି ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଭାରତର ସନ୍ତୁଳିତ ବିକାଶ, ପ୍ରତ୍ୟେକ ବ୍ୟକ୍ତିକୁ ରାଷ୍ଟ୍ର ନିର୍ମାଣର ସୁଯୋଗ, ରାଷ୍ଟ୍ର ପ୍ରଗତିରେ ସେମାନଙ୍କ ଭୂମିକା ନେତାଜୀଙ୍କ ଦୂରଦୃଷ୍ଟିର ଅଂଶ ବିଶେଷ ବୋଲି ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ, ୧୯୪୩ ଅକ୍ଟୋବର ୨୧ରେ ସୁଭାଷ ଚନ୍ଦ୍ର ବୋଷ ଦେଶର ପ୍ରଥମ ସ୍ବତନ୍ତ୍ର ସରକାରର ଗଠନ କରିଥିଲେ । ଏହି ସରକାରକୁ ଇତିହାସରେ ଆଜାଦ୍ ହନ୍ଦ୍ ଫୌଜ ସରକାର ବୋଲି କୁହାଯାଏ । ଏହି ସରକାରର ନିଜର ବ୍ୟାଙ୍କ, ମୁଦ୍ରା, ଡାକ ଟିକଟ, ଗୁପ୍ତଚର ତନ୍ତ୍ର ଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories