www.samajalive.in
Sunday, December 14, 2025
26.1 C
Bhubaneswar

ମମିତା ହତ୍ୟାକାଣ୍ଡ : ଆଜିଠୁ ସାକ୍ଷ୍ୟଗ୍ରହଣ

ବଲାଙ୍ଗିର : କଳାହାଣ୍ଡି ଜିଲା କେଗାଁ ଥାନା ଅଧୀନସ୍ଥ ମହାଲିଙ୍ଗ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ଗୁରୁବାର ଦିନଠାରୁ ଆରମ୍ଭ ହେବ। କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ୍‍ କୋର୍ଟରେ ମମିତାଙ୍କ ବାପା, ମା’ ଓ ଅନ୍ୟ ୭ ଜଣ ସାକ୍ଷ୍ୟ ଦେବେ। ସେଥିପାଇଁ ସେମାନଙ୍କୁ କୋର୍ଟ ତରଫରୁ ଲିଖିତ ସୂଚନା ଦିଆଯାଇଛି। ୨୯ ଓ ୩୦ ତାରିଖରେ ସାକ୍ଷ୍ୟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏହାକୁ ନେଇ ବେଶ ଉଷ୍ମତା ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ ତୁରେକେଲା ଥାନା ସିହିନି ଗାଁର ମମିତାଙ୍କୁ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ହତ୍ୟା କରି ଶବକୁ ପୋଡ଼ି ପୋତି ଦେଇଥିଲା। ଗୋବିନ୍ଦର ଗାଡ଼ି ଚାଳକ ରାଧେଶ୍ୟାମ ଚଣ୍ଡି ଏହି ଜଘନ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବାରୁ ଦୁହିଙ୍କୁ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories