www.samajalive.in
Thursday, December 11, 2025
16.1 C
Bhubaneswar

ବାରମ୍ବାର ଫେସିଆଲ କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ପୁରୁଷ ହୁଅନ୍ତୁ କି ମହିଳା ହୁଅନ୍ତୁ ସୁନ୍ଦର ଦେଖା ଯିବା ପାଇଁ ବହୁତ କିଛି ଉପାୟ କରନ୍ତି। ପାର୍ଲର ଯାଇ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ଅନେକ କିଛି ବ୍ୟବହାର କରିଥାନ୍ତି। ଯାହା ଫଳରେ ମୁହଁର ସୌନ୍ଦର୍ଯ୍ୟ କିଛି ଦିନ ପର୍ଯ୍ୟନ୍ତ ରହିଥାଏ। ଫେସିଆଲ କରି ମୁହଁକୁ ସୁନ୍ଦର ସମସ୍ତେ କରିଥାନ୍ତି। କିନ୍ତୁ ଫେସିଆଲ କରିବା ଦ୍ୱାରା ଆମ ମୁହଁ ଖରାପ ହୋଇଥାଏ। ଆସନ୍ତୁ ଜାଣିବା, ଫେସିଆଲ କରିବା ଦ୍ୱାରା ମୁହଁର କ’ଣ କ୍ଷତି ହୋଇଥାଏ ..
ବେଳେବେଳେ ଆପଣ ଫେସିଆଲ କରିବା ପରେ ମୁହଁରେ ଦାଗ ହୋଇଯାଏ। ଅଧିକ ଫେସିଆଲ କରିବା ଦ୍ୱାରା ଏପରି ସମସ୍ୟା ଦେଖା ଦେଇଥାଏ। ସବୁ ମାସରେ ଫେସିଆଲ କରିବା ଦ୍ୱାରା ମୁହଁର ବାହାର ପରସ୍ତ ନଷ୍ଟ ହୋଇଯାଏ। ତେଣୁ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଏ। ବାରମ୍ବାର ଫେସିଆଲ କରିବା ଦ୍ୱାରା ମୁହଁର ପ୍ରାକୃତିକ ଚର୍ମ ଖରାପ ହୋଇଯାଏ।
ଫେସିଆଲ କରିବା ବେଳେ ବ୍ୟବହାର କରାଯାଉଥିବା କ୍ରିମରେ ଅଧିକ କେମିକାଲ ରହିଥାଏ। ଯାହାଦ୍ୱାରା ମୁହଁ ଶୁଷ୍କ ହୋଇଯାଏ। ବେଳେବେଳେ ଫେସିଆଲ ପରେ ମୁହଁ କୁଣ୍ଡାଇ ହୋଇଥାଏ। ତେଣୁ ଫେସିଆଲ କରିବାକୁ ଚାହୁଁଥିଲେ ସର୍ବଦା ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରନ୍ତୁ। ମନେ ରଖନ୍ତୁ ଫେସିଆଲ କରିବା ଦିନ ଖରାରେ ବାହାରକୁ ବାହାରନ୍ତୁ ନାହିଁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories