www.samajalive.in
Monday, December 8, 2025
13.1 C
Bhubaneswar

ଦୋଳାରେ ୧୫ କିମି ବୁହାହେଲେ ଆସନ୍ନପ୍ରସବା

ପାତ୍ରପୁର : ଆମ ଗାଁ ଆମ ବିକାଶ ଯୋଜନାରେ ବହୁ ଗ୍ରାମକୁ ଅର୍ଥ ବରାଦ କରାଯାଉଥିବା କୁହାଯାଉଥିବାବେଳେ ଏବେ ବି ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ନାନା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଏହାର ପ୍ରମାଣ ଗଞ୍ଜାମ ଜିଲାରୁ ମିଳିଛି। ରାସ୍ତା ନଥିବା ଯୋଗୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ୍‍ର ଏକ ଦୁର୍ଗମ ଅଞ୍ଚଳର ପୁଣି ଜଣେ ଆସନ୍ନ ପ୍ରସବାଙ୍କୁ ଦୀର୍ଘ ୧୫ କିଲୋମିଟର ରାସ୍ତା ଦୋଳାରେ ବୁହାହୋଇ ନିଆଯାଇଥିଲା। ପାତ୍ରପୁର ବ୍ଲକର ଦୁର୍ଗମ ବୁରାତାଲ ପଞ୍ଚାୟତ ବାଦୁଆ ଗ୍ରାମରେ ଶନିବାର ଏଭଳି ଘଟଣା ଘଟିଛି। ଗ୍ରାମର ରବୀନ୍ଦ୍ର ନାୟକଙ୍କ ପତ୍ନୀ ହିରାମଣୀ ନାୟକଙ୍କ ଆଜି ପ୍ରତ୍ୟୁଷରୁ ପ୍ରସବ ବେଦନା ହୋଇଥିଲା। ସକାଳ ୫ଟା ସମୟରେ ହିରାମଣୀଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମା’ ଓ ଶିଶୁ ଅଲଗା ହୋଇପାରିନଥିଲେ। ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମର ଲୋକମାନେ ବାଧ୍ୟ ହୋଇ ଏକ ଟୋକେଇରେ ମା’ ଓ ଶିଶୁକୁ ଦୋଳା କରି ବାଦୁଆ ଗ୍ରାମଠାରୁ ତଳବୁରାତାଲ ପର୍ଯ୍ୟନ୍ତ ଦୁର୍ଗମ ପଥରେ ଦୀର୍ଘ ୧୫ କିମି ବୋହି ନେଇଥିଲେ। ସେଠାରୁ ସରକାରୀ ଗାଡ଼ିରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ମା’ ଓ ଶିଶୁକୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।
ତଳବୁରାତାଲଠାରୁ ଉପର ବୁରାତାଲ ପର୍ଯ୍ୟନ୍ତ ୭ କିମି ରାସ୍ତା ଥିଲେ ସୁଦ୍ଧା ବାତ୍ୟା ଓ ବନ୍ୟା ପ୍ରଭାବରେ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଯାତାୟାତ ସମ୍ଭବ ହୋଇପାରୁନାହିଁ। ତିତଲି ପ୍ରଭାବ ଯୋଗୁ ରାସ୍ତା ନଷ୍ଟ ହୋଇ ଯାଇଥିବାରୁ ୫ ଦିନ ତଳେ ଏହି ପଞ୍ଚାୟତର କମଳାଖତ ଗ୍ରାମର ଜଣେ ଆସନ୍ନ ପ୍ରସବାଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡାକ୍ତରଖାନାକୁ ଆଣିବା ପରେ ମହିଳା ଜଣକ ସେଠାରେ ସନ୍ତାନ ପ୍ରସବ କରିଥିଲେ। ଆଜି ପୁଣି ଏହି ପଞ୍ଚାୟତର ବାଦୁଆ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ବ୍ଲକ୍‍ର ବହୁ ଆଦିବାସୀ ଗ୍ରାମକୁ ରାସ୍ତା ନଥିବାବେଳେ ଦୋଳା ହିଁ ଆମ୍ବୁଲାନ୍ସ ପାଲଟିଛି। ବିଭିନ୍ନ ସମୟରେ ଦୋଳାରେ ଗର୍ଭବତୀଙ୍କୁ ନିଆଯାଉଥିବାବେଳେ ଗଛ ମୂଳେ ମହିଳା ପ୍ରସବ କରିବା ନଜିର ରହିଛି। ରାସ୍ତା ନଥିବାରୁ ଲୋକଙ୍କ ପାଇଁ ତାହା କାଳ ସାଜୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories