www.samajalive.in
Saturday, December 6, 2025
26.1 C
Bhubaneswar

ଶୋଭାଯାତ୍ରାରେ ଟ୍ରକ୍‍ ମାଡ଼ି ୪ ମୃତ

କଲକାତା : ବଳାଗଡ଼ର ଡୁମୁରଦହରେ ଅନୁଷ୍ଠିତ ମା’ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରାରେ ଏକ ଦ୍ରୁତଗାମୀ ଟ୍ରକ୍‍ ବେପରୁଆ ଭାବେ ମାଡ଼ିଯିବାଦ୍ୱାରା ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘାତକ ଟ୍ରକ୍‍ ଚାଳକ ଫେରାର ହୋଇଯାଇଛି। ତେବେ ସ୍ଥାନୀୟ ଲୋକମାନେ ଟ୍ରକ୍‍ର ହେଲ୍‍ପରକୁ ଧରିନେବାଦ୍ୱାରା ପରିସ୍ଥିତି ଉତ୍ତେଜନାପ୍ରବଣ ହୋଇପଡ଼ିଥିଲା। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଜଣାପଡ଼ିଛି ଯେ ଡୁମୁରଦହ ବସ୍‍ଷ୍ଟାଣ୍ଡ ନିକଟସ୍ଥ ଆସାମ ଲିଙ୍କ ରୋଡ଼ ଉପରେ ଭସାଣ ଶୋଭାଯାତ୍ରା ଚାଲୁଥିବାବେଳେ ଏକ ଦୃତଗାମୀ ଟ୍ରକ୍‍ ନିୟନ୍ତ୍ରଣ ହରାଇ ମାଡ଼ିଯାଇଥିଲା। ଟ୍ରକ୍‍ ଧକ୍କାରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ କେତେକ ଗୁରୁତର ଭାବେ ଆହତ ହେବାରୁ ସେମାନଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାମ ମନୋରଞ୍ଜନ ବାଛାର, କାର୍ତ୍ତିକ ମଲ୍ଲିକ, ଚିରଞ୍ଜିତ୍‍ ମଣ୍ଡଳ ଓ ଶେଖ୍‍ ଖୋକା। ତେବେ ଟ୍ରକ୍‍ ଧକ୍କାରେ ଯେଉଁମାନେ ଗୁରୁତର ଭାବେ ଆହତ ହୋଇଥିଲେ ସେମାନଙ୍କୁ ସ୍ଥାନୀୟ ଲୋକ ଓ ପୁଲିସର ସହାୟତାରେ ଚୁଚୁଁଡ଼ା ହାସପାତାଳରେ ଭର୍ତ୍ତି କରାଯାଇଛି। ଆହତ ଓ ନିହତ ପ୍ରତ୍ୟେକେ ଡୁମୁରଦହ ଅଞ୍ଚଳର ବାସିନ୍ଦା ବୋଲି ପୁଲିସ କହିଛି। ସ୍ଥାନୀୟ ଜନପ୍ରତିନିଧି ଶ୍ୟାମାପ୍ରସାଦ ବାନାର୍ଜୀ କହିଛନ୍ତି ଯେ ଗାଡ଼ିଟି ଜିରାଟ ପଟୁ ଆସୁଥିଲା। ଧକ୍କା ମାରିବା ପରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ସ୍ଥାନୀୟ ଲୋକମାନେ ଟ୍ରକ୍‍ ହେଲ୍‍ପରକୁ ମାଡ଼ଗାଳି ଦେଇଥିଲେ। ତେବେ ଟ୍ରକ୍‍ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ପକ୍ଷରୁ ଘାତକ ଟ୍ରକ୍‍ଟିକୁ ଅଟକ କରିବା ସହ ଟ୍ରକ୍‍ ଖଲାସିକୁ ଗିରଫ କରିଛି। ପୁଲିସ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ବ୍ୟାଣ୍ଡେଲର ଶାହାଗଞ୍ଜନିକଟରେ ଏକ ଦୃତଗାମୀ ଟ୍ରକ୍‍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଟୋଟୋ ଚାଳକ ଥିଲେ, ତାଙ୍କ ନାମ ରଘୁନାଥ ଦାସ ଓ ସେ ସପ୍ତଗ୍ରାମର ବାସିନ୍ଦା। ତେବେ ଅନ୍ୟଜଣଙ୍କର ପରିଚୟ ପୁଲିସ ପାଇପାରି ନାହିଁ। ପୁଲିସର ପ୍ରାଥମିକ ଅନୁମାନ ସମ୍ଭବତଃ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଇଛି। ତେବେ ଟ୍ରକ୍‍ ଚାଳକ ମଦ୍ୟପାନ କରିଥିଲା କି ନାହିଁ ତାହା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳଟି ଉତ୍ତେଜନାପ୍ରବଣ ହୋଇପଡ଼ିବାଦ୍ୱାରା ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories