www.samajalive.in
Saturday, December 6, 2025
26.1 C
Bhubaneswar

ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ : ୧୧୦ ମେଢ଼ ବିସର୍ଜିତ

କଟକ : ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ କଟକରେ ଶନିବାର ଶାନ୍ତିଶୃଙ୍ଖଳାର ସହ ଚାଲିଛି । ରବିବାର ସକାଳ ସୁଦ୍ଧା ୧୧୦ଟି ମେଢ଼ ବିସର୍ଜନ ହୋଇଥିବାବେଳେ ଶନିବାର ରାତି ୧୨ଟା ସୁଦ୍ଧା କାଠଯୋଡ଼ି ଦେବୀଗଡ଼ାରେ ୬୬ଟି ମେଢ଼ ବିସର୍ଜିତ ହୋଇଥିବା ପୁଲିସ୍‍ ସୂତ୍ରରୁ ସୂଚନା ମିଳିଛି । କାଁ ଭାଁ  ଠେଲାପେଲାକୁ ଛାଡ଼ିଦେଲେ ଭସାଣି ସମୟରେ ସେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ଅପରାଧୀଙ୍କ ଠାବ ପାଇଁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ୨୫ଟି କ୍ଲୋଜସର୍କିଟ କ୍ୟାମେରା ଲଗାଯିବା ସହିତ ଭସାଣି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ରେକର୍ଡ଼ିଂ କରାଯାଉଛି। ଡିସିପିଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦାରଖ ଓ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଗୌରୀଶଙ୍କର ପାର୍କ ନିକଟରେ ବଡ଼ ପରଦା ଲଗାଯାଇ ଭିଡିଓ ରେକର୍ଡ଼ିଂ ପ୍ରଦର୍ଶନ କରାଯାଉଛି। ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି ଓ ଡିସିପି ଅଖିଳେଶ୍ୱର ସିଂହ ଭସାଣି ଶୋଭାଯାତ୍ରାରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ରବିବାର ସକାଳ ୧୦ଟା ସୁଦ୍ଧା ସମସ୍ତ ମୂୂର୍ତ୍ତି ବିସର୍ଜନ କରାଯିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି। ଚଳିତବର୍ଷ ସହରରେ ୧୬୦ ଓ କଟକ ସଦର ଅଞ୍ଚଳରେ ୫୦ଟି ମଣ୍ଡପରେ ମୂର୍ତ୍ତି ପୂଜାର୍ଚ୍ଚନା ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories