www.samajalive.in
Sunday, December 14, 2025
14.1 C
Bhubaneswar

ତିଗିରିଆରେ ଅହିଂସା ରଥ ପରିକ୍ରମା ନେଇ ପ୍ରସ୍ତୁତି ବୈଠକ

ତିଗିରିଆ :  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ୱରରୁ ପରିକ୍ରମା ଆରମ୍ଭ କରିଥିବା ଅହିଂସା ରଥ ଆସନ୍ତା ୨୯ ତାରିଖରେ ତିଗିରିଆ ବ୍ଲକରେ ପରିକ୍ରମା କରିବ । ଏହାକୁ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି।
ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଥିଲେ । ବୈଠକରେ ଅହିଂସା ରଥକୁ ପ୍ରଥମେ ବ୍ଲକର ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆସଡ଼କ ଛକ ଠାରେ ଭବ୍ୟ ସ୍ୱାଗତ କରାଯିବା ସହିତ ପରେ ନୁଆସଡ଼କ, ପାଞ୍ଚଗାଁ, ତିଗିରିଆ, ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା, ଭୋଗଡ଼ା ପଞ୍ଚାୟତ ପରିକ୍ରମା କରିବା। ତିଗିରିଆ ସ୍ଥିତ ଗାନ୍ଧୀସ୍ମୃତି ପଡ଼ିଆରେ ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଏହି ସବୁ କାର୍ଯ୍ୟକ୍ରମକୁ କିଭଳି ଭାବେ ଶୃଙ୍ଖଳିତ ଭାବେ ସୁଚାରୁ ରୂପେ ଅଞ୍ଚଳରେ ସମ୍ପାଦନ ହେବ ସେନେଇ ବିଧିବଦ୍ଧ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ୱାଇଁ, ସିଡ଼ିପିଓ ସତ୍ୟଭାମା ବିଶୋଇ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲ୍ଲା ଯୋଜନା ବୋର୍ଡ଼ ସଦସ୍ୟ ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ପୂର୍ବତନ ଅଧ୍ୟକ୍ଷା ରୂପା ଦଳେଇ, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍, ସ୍ୱଂୟ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା, ସଭ୍ୟା ଓ ଚଉଦ ଗୋଟି ପଞ୍ଚାୟତର ଜନପ୍ରତିନିଧିମାନେ ଯୋଗଦେଇଥିଲେ ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories