www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ସେତୁର ନିମ୍ନମାନର କାର୍ଯ୍ୟକୁ ଜନସାଧାରଣଙ୍କ ତୀବ୍ର ବିରୋଧ; ଯନ୍ତ୍ରୀ ଓ ଏସଡିଓଙ୍କୁ ଘେରିଲେ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସି ସ୍ଥିତ ବୈମାନ ଟିକ୍ରାରେ ନିର୍ମାଣ ହେଉଥିବା ଅଢେଇ କୋଟି ଟଙ୍କାର ବିଜୁ ସେତୁର ନିମ୍ନ ମାନର କାମକୁ ନେଇ ରବିବାର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଏହି ବିଜୁ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ତାଗିଦ ସତ୍ତ୍ଵେ ମଧ୍ୟ ଏହା ଆଜିଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ । ଅନ୍ୟ ପକ୍ଷରେ ଏହାର ନିମ୍ନ ମନର କାର୍ଯ୍ୟକୁ ନେଇ ବାରମ୍ବାର ଗଣମାଧ୍ୟମରେ ସମାଲୋଚନାମୂଳକ ଖବର ପ୍ରକାଶ ପାଇଥିଲେ ମଧ୍ୟ କୌଣସି କଥାକୁ ଭ୍ରୁକ୍ଷେପ ନକରି ମନମୁଖି କାମ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଏହି ବିଜୁ ସେତୁର ଦୁଇ ପଟେ ଗାର୍ଡ ୱାଲ୍ ନକରି ପକେଇ ରଖିଛନ୍ତି ଦୀର୍ଘଦିନ ଧରି । ଠିକାଦାରଙ୍କ ଦେଖାନାହିଁ କି ଯନ୍ତ୍ରୀଙ୍କର ମଧ୍ୟ ଦେଖାନାହିଁ ।

ଅନ୍ୟ ପକ୍ଷରେ ଅତାବିରା ବାବେବିରା ରାସ୍ତା ନିର୍ମାଣ ପାଇଁ ୫ କିମିକୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ କରାଯାଉଛି, ହେଲେ ଏହି ରାସାଟିକୁ ମଧ୍ୟ ଗୋଟିଏ ପଟେ ରାସ୍ତା କରି ଅନ୍ୟ ପଟଟି ପଡ଼ିରହିଛି ଦୀର୍ଘ ତିନି ମାସ ହେଲା । ଯାହା ଫଳରେ ପ୍ରତିଦିନ ବିଭିନ୍ନ ଦୁର୍ଘଟଣା ଘଟି ଚାଲିଛି । ତାହା ମଧ୍ୟ ନିମ୍ନମାନର କାମ ହୋଇଛି ବୋଲି ସମାଜ ଖବର କାଗଜରେ ପ୍ରକାଶିତ ହୋଇଥିଲା । ତେଣୁ ଅନ୍ୟ ପଟର ରାସ୍ତାକୁ କିଛି ମରାମତି କରାଯାଇଛି କିନ୍ତୁ ରାସ୍ତାଟିକୁ ଆଜି ଯାଏ ସମ୍ପୂର୍ଣ୍ଣ କରାଯାଇ ନାହିଁ । ଏନେଇ ଯନ୍ତ୍ରୀ ସୁଶିଲ କୁମାର ଚୌଧୁରୀଙ୍କୁ ଫୋନ କଲେ ସେ ଲୋକଙ୍କୁ ଧମକ ଚମକ ଦେବା ଭଳି କଥାବାର୍ତ୍ତା କରୁଛନ୍ତି । ତେଣୁ ଆଜି ଯନ୍ତ୍ରୀଙ୍କୁ ଦେଖି ଲୋକେ ତାଙ୍କୁ ଘେରିଥିଲେ । ତଥାପି ମଧ୍ୟ ଯନ୍ତ୍ରୀ ଜଣକ ଲୋକଙ୍କୁ ଖାତିର ନକରି ସେମାନଙ୍କ କଥାକୁ ଅଣଦେଖା କରିବାର ପ୍ରୟାସ କରିଥିଲେ । ଆଜି ପର୍ଯ୍ୟନ୍ତ କାମକୁ ତର୍ଜମା କରୁ ନଥିବା ତଥା ଲୋକଙ୍କ କଥାକୁ ନଶୁଣି ସେ ତାଙ୍କୁ କଠୋର ଉକ୍ତି କହିଥିଲେ । ଫଳରେ ଆଜି ଜନସାଧାରଣ ବିରକ୍ତି ପ୍ରକାଶ କରିଥିଲେ । ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଯନ୍ତ୍ରୀଙ୍କୁ କହିଥିଲେ। ତେବେ ଦେଖାଯାଉ ଆଉ କେତେ ଦିନ ଲାଗୁଛି ଏହି ସେତୁକୁ ସମ୍ପୂର୍ଣ୍ଣ ହେବାକୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories