www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ‘ଆପ୍’

ରେଙ୍ଗଲିକ୍ୟାମ୍ପ: ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପଠାରେ ରବିବାର ଓଡ଼ିଶା ଆମ୍ ଆଦମୀ ପାର୍ଟିର ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ଆମ ଆଦମୀ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ବିଶୁଦ୍ଧ ପାନୀୟ ଜଳ, କୃଷକ ସମସ୍ୟା, ମହିଳା ସଶକ୍ତିକରଣ ଓ ବେରୋଜଗାରୀ ସମସ୍ୟାର ସମାଧାନକୁ ନେଇ ଏକ ବିପ୍ଳବୀ ଯୋଜନା କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କଲ୍ୟାଣ ମଣ୍ଡପଠାରୁ ବାହାରି ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସହର ପରିକ୍ରମା କରିଥିଲା। ଏହାପରେ ଇଷ୍ଟ ଦେବୀ ମା’ ସମଲେଶ୍ଵରୀ, ଭଗତ ସିଂ ଓ ବାବା ଆମ୍ବେଦକରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି ମଞ୍ଚାସୀନ ହୋଇଥିଲେ ନିମନ୍ତ୍ରିତ ଅତିଥିମାନେ। ଅତାବିରା ନିର୍ବାଚନ ମଣ୍ଡଳୀର ସଂଯୋଜକ ଜୟକୃଷ୍ଣ ଛୁରିଆଙ୍କ ସଭାପତିତ୍ବରେ ସଭା ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ଆବାହକ ଭବାନୀ ସାହୁ କାର୍ଯ୍ୟ ସମ୍ପାଦକ ଅମିତାଭ ପାତ୍ର, ଅତାବିରା ବ୍ଲକ ସଂଯୋଜକ ଯଦୁମଣି ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ପବିତ୍ର ଦେହୁରୀ, ଶ୍ରୀରାମ ସାହୁ ଓ ରାଜ୍ୟ ଯୁବ ସମ୍ପାଦକ ବଳିଷ୍ଠ ସାହା ନିମନ୍ତ୍ରିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ । ଏହି ସଭାରେ ଓଡ଼ିଶାର ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲେ ସୁଦ୍ଧା ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରୟ କରାଯାଉଛି କିନ୍ତୁ ରାଜ୍ୟର ଲୋକେ ଏଥିରୁ ଉପକୃତ ହୋଇ ପାରୁନାହାନ୍ତି ବୋଲି ବୋଲି ‘ଆପ୍‌’ର ପୂର୍ଣ୍ଣ ବିରୋଧ ରହୁଛି, ଦୀର୍ଘ ପଚିଶ ବର୍ଷ ଧରି ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ଚାଲିଥିବା ବେଳେ ସେଥିରୁ କୌଣସି ସୁଫଳ ମିଳି ନଥିବା ନେଇ ‘ଆପ୍’ ତାର ପ୍ରତିବାଦ କରୁଛି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ବିଦ୍ୟୁତ୍ ବାବଦରେ ବିଭିନ୍ନ ଶିଳ୍ପପତିମାନଙ୍କୁ ହଜାର ହଜାର ଟଙ୍କା ଛାଡ କରାଯାଉଥିବା ବେଳେ, ସାରା ଭାରତରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାର ସବସିଡି ବାବଦରେ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରନ୍ତି ନାହିଁ ବୋଲି ମତ ପ୍ରକାଶ କରିଥିଲେ।

ଅପର ପକ୍ଷରେ, ବାହାର ରାଜ୍ୟରୁ ବିଦ୍ୟୁତ୍ କିଣି ‘ଆପ’ ନିଜ ଗ୍ରାହକମାନଙ୍କୁ ବିନା ଶୁଳ୍କରେ ୨୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼ କରୁଛି ଓ ୪୦୦ ୟୁନିଟ ପର୍ଯ୍ୟନ୍ତ ୫୦ ପ୍ରତିଶତ ଛାଡ କରୁଛି । କେବଳ ସେତିକି ନୁହେଁ, ଓଡ଼ିଶାର ଜନ ସାଧାରଣଙ୍କୁ ମଧ୍ୟ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛଡ଼ା କରିବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଦାବି କରାଯାଇଛି । ସେହିପରି ଶିକ୍ଷା ବିଭାଗରେ ଶିକ୍ଷକମାନଙ୍କୁ ଭିନ୍ନ ଭିନ୍ନ କରି ସମାନ କାମକୁ ସମାନ ଦରମା ଦିଆଯାଇ ଶିକ୍ଷକମାନଙ୍କ ମଧ୍ୟରେ ଭେଦ ଭାବ ସୃଷ୍ଟି ନକରୁ ବୋଲି ‘ଆପ୍’ ପକ୍ଷରୁ ଦାବି ଜଣାଯାଇଛି। କୃଷକ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ସମସ୍ୟାକୁ ଦୂର କରିବା, ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଉ । ଏହା ବ୍ୟତୀତ ଜିଲ୍ଲା ତଥା ରାଜ୍ୟରେ ବେରୋଜଗାର ହୋଇ ଆର୍ଥିକ ଅନଟନର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି । ତେଣୁ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ବେରୋଜଗାରମାନଙ୍କୁ ନିଯୁକ୍ତି ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ‘ଆପ’ ଦଳରେ ସାମିଲ ହୋଇ, ତାକୁ ସମର୍ଥନ କରି ସ୍ୱଚ୍ଛ ଓ ନିର୍ମଳ ସରକାର ଗଢିବାରେ ସହଯୋଗ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଶେଷରେ ଭାରତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories