ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ୍’ ମାଧ୍ୟମରେ ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମରୁ ଆଲିଆଙ୍କ ପ୍ରଥମ ଝଲକ୍ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ ମଧ୍ୟ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି। ‘ଟୁଡୁମ୍: ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟ’ ଅବସରରେ ପ୍ରଥମ ଲୁକ୍ ରିଲିଜ୍ କରାଯାଇଛି।
ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି। ଭିଡିଓରେ ପ୍ରଥମେ ଏକ ବାଇକ୍ ଖୀପ୍ର ଗତିରେ ଯାଉଥିବା ଦେଖିବାକୁ ମିଳିଛି। ଏହାପରେ, ଗାଲ୍ ଗାଡୋଟ୍ଙ୍କ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ତା’ପରେ ଆଲିଆଙ୍କ ଝଲକ ମଧ୍ୟ ଦେଖାଯାଉଛି। ଏହାପରେ ଅନେକ ଆକ୍ସନ ସିନ୍ ଦେଖିବାକୁ ମିଳିଛି। ଭିଡିଓରେ ପ୍ରଥମ ଲୁକ୍ ସହ ପରଦା ପଛର କିଛି ଦୃଶ୍ୟ ପ୍ରଦର୍ଶିତ କରାଯାଇଛି। ଏହା ବ୍ୟତୀତ ଫିଲ୍ମର କଳାକାରମାନେ ମଧ୍ୟ ସେମାନଙ୍କ ଅନୁଭୂତି ଶେୟାର କରିଛନ୍ତି।
ଆଲିଆ ଭଟ୍ଟ ଏହାକୁ ଶେୟାର ଆଲିଆ ଭଟ୍ଟ ଲେଖିଛନ୍ତି, ‘‘ହାର୍ଟ ଅଫ୍ ଷ୍ଟୋନ ଏବଂ କେୟାର ପ୍ରଥମ ଲୁକ୍। ୨୦୨୩ ରେ ନେଟଫ୍ଲିକ୍ସରେ ଆସିବ।’’ ଆଲିଆଙ୍କ ଏହି ପୋଷ୍ଟ ପରଠାରୁ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କୁ ହଲିଉଡ ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଟପ୍ ହାର୍ପରଙ୍କ ଦ୍ବାରା ନିର୍ଦେଶିତ ‘ହାର୍ଟ ଅଫ୍ ଷ୍ଟୋନ’ରେ ଆଲିଆ ଓ ଗାଲ୍ ଗାଡୋଟ୍ଙ୍କ ବ୍ୟତୀତ ସୋଫୀ ଓକୋନେଡ଼ୋ, ପଲ୍ ରେଡୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ଅନେକ୍ ଦୃଶ୍ୟ ଆଲିଆ ନିଜ ଗର୍ଭାବସ୍ଥା ସମୟରେ ଶୁଟ୍ କରିଛନ୍ତି। ୨୦୨୩ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ଏହି ଚଳଚ୍ଚିତ୍ର।



