www.samajalive.in
Sunday, December 14, 2025
16.1 C
Bhubaneswar

ପୂର୍ବ ଭାରତର ସବୁ ସ୍ଥାନରେ ଉନ୍ନତ ପେଟରୋଗ ଚିକିତ୍ସା ସୁବିଧା ମୋର ଲକ୍ଷ୍ୟ – ଡାକ୍ତର ମନୋଜ ସାହୁ

ଭୁବନେଶ୍ୱର: ଓଡ଼ିଶାର ବିଖ୍ୟାତ ଖ୍ୟାତନାମା ପେଟରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ମନୋଜ ସାହୁଙ୍କ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ପୂର୍ବ ଭାରତରେ ପେଟରୋଗ ସମ୍ବନ୍ଧୀୟ ରୋଗୀଙ୍କୁ ବିଶ୍ଵସ୍ତରୀୟ ଏବଂ ଉଚ୍ଚକୋଟିର ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ଡାକ୍ତର ସାହୁ। ଏ ନେଇ ରାଜ୍ୟ, ରାଜ୍ୟ ବାହାର ଏବଂ ବିଭିନ୍ନ ପଡୋଶୀ ଦେଶରୁ ପାଖାପାଖି ୩୦୦ ଡାକ୍ତରଙ୍କୁ ନେଇ ଭୁବନେଶ୍ୱର ହୋଟେଲ ମେ ଫେୟାର ଠାରେ ଆୟୋଜିତ କରିଛନ୍ତି ଏକ ନିଆରା କର୍ମଶାଳା। ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ଅସ୍ତ୍ରୋପଚାରର ଅତ୍ୟାଧୁନିକ ପ୍ରକ୍ରିୟା ଏବଂ ଜ୍ଞାନକୌଶଳକୁ ରୋଗୀ ସେବାରେ ବହୁଳ ବିନିଯୋଗ କରିବାର ଲକ୍ଷ୍ୟ ନେଇ ପୂର୍ବ ଭାରତରେ ଏଭଳି କର୍ମଶାଳା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଡାକ୍ତରମାନେ ଏହି ଶିକ୍ଷା ପାଇବା ପରେ ବିନା କୌଣସି କଟାକଟିରେ ବିଭିନ୍ନ ଛାତି ରୋଗ ଓ ପେଟ ରୋଗର ସଫଳ ଅସ୍ତ୍ରୋପଚାର କରିପାରିବେ। ଯାହାଦ୍ବାରା ରୋଗୀ ଅସ୍ତ୍ରୋପଚାରର ଦିନେ କିମ୍ବା ଦୁଇଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରି ପାରିବେ।

କର୍ମଶାଳା ଅବସରରେ ଏକ ଘରୋଇ ଡାକ୍ତରଖାନାରେ ଚାରି ଜଣ ରୋଗୀଙ୍କ ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ଅସ୍ତ୍ରୋପଚାର କରି ଭିଡିଓ କନ୍ଫରେନ୍ସିଂ ଜରିଆରେ ଡାକ୍ତରମାନଙ୍କୁ ପ୍ରକ୍ରିୟାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ସମସ୍ତ ଚାରିଜଣ ରୋଗୀ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ ସୁସ୍ଥ ଥିବା ଡାକ୍ତର ସାହୁ କହିଛନ୍ତି।

- Advertisement -

ଏଠାରେ ସୂଚନା ଯୋଗ୍ୟ, ଯେ ଏହି ଜ୍ଞାନ କୌଶଳ ଜାପାନ ଓ ଜର୍ମାନୀ ଆଦି ଦେଶରୁ ଆରମ୍ଭ ହୋଇଥିବା ବେଳେ ଭାରତର ମାତ୍ର କିଛି ଡାକ୍ତରଖାନା ରେ ଏହାର ବିନିଯୋଗ କରାଯାଉଛି। ଭୁବନେଶ୍ୱର ଠାରେ ଗତ ୨୦୧୪ ମସିହାରୁ ଏହି ଜ୍ଞାନ କୌଶଳ ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ, ପୂର୍ବ ଭାରତର ସମସ୍ତ ଛୋଟ ବଡ ହସ୍ପିଟାଲ୍ ରେ ଏହି ସେବା ଦିଆଯିବା ପାଇଁ ପ୍ରୟାସ କରୁଛନ୍ତି ଡାକ୍ତର ମନୋଜ ସାହୁ। ସମଗ୍ର ବିଶ୍ଵରେ ଚିକିତ୍ସା ଜ୍ଞାନ କୌଶଳ ଦ୍ରୁତ ଗତିରେ ବଢୁଥିବା ବେଳେ ଆମେ ମଧ୍ୟ ଉଚ୍ଚ କୋଟିର ରୋଗୀସେବା ପାଇଁ ଏହା ସହିତ ତାଳକୁ ତାଳ ମିଶାଇ ଆଗକୁ ବଢ଼ିବାକୁ ହେବ ବୋଲି ଆହ୍ବାନ ଦେଇଛନ୍ତି ଡାକ୍ତର ମନୋଜ ସାହୁ।

ଏହି କାର୍ଯ୍ୟକ୍ରମକୁ ଡ.ମନୋଜ ଗୋୟେଙ୍କା ଓ ଏସ.ପି ସିଂ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ ଡାକ୍ତର ମନୋଜ ସାହୁଙ୍କ ସମେତ ଡ.ଅମିତ୍ ମେଡିଓ, ଡ.ପଙ୍କଜ ଦେଶାଇ, ଡ.ଅମୋଲ ବାପାଇ, ଡ.ରାଜେଶ ପୁରୀ, ଡ.ସି ଆର ପଣ୍ଡା, ଡ.ସୁଶାନ୍ତ ସେଠୀ ପ୍ରମୁଖ ଜ୍ଞାନ କୌଶଳ ବାବଦରେ ଶିକ୍ଷା ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories