ସମ୍ବଲପୁର : ପଶ୍ଚିମ ଓଡିଶାର କୃଷିଭିତ୍ତିକ ଓ ଏକତାର ପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ରୋଟାରୀ କ୍ଲବ ଠାରେ ଧୁମଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ହୀରାକୁଦ କଲୋନୀ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏହି ଭେଟଘାଟ ଉତ୍ସବରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଡ. ମହାଦେଓ ଜୟସ୍ୱାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାରର ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ବ୍ୟଞ୍ଜନ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। କ୍ଲବର ସଭାପତି ରଞ୍ଜିତ ସିଂ ହୁରା, ସମ୍ପାଦକ ଚିନ୍ମୟ ଶତପଥୀ, ଉପ ସଭାପତି ସୁଶାନ୍ତ ମହାପାତ୍ର, କୋଷାଧ୍ୟକ ସୁଜିତ ପାଣିଗ୍ରାହୀ, ଡା. ନାରାୟଣୀ ପଣ୍ଡା, ଡା. ରାସେଶ୍ୱରୀ ପାଣିଗ୍ରାହୀ, ରାଜକିଶୋର ଦାସ, ପ୍ରବୀନ ସୁରି ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ।
Popular Categories



