www.samajalive.in
Saturday, December 13, 2025
26.1 C
Bhubaneswar

ପାରିବାରିକ ଅଶାନ୍ତିରୁ ଯୁବକଙ୍କ ଆତ୍ମହତ୍ୟା

ଖଣ୍ଡଗିରି : ଆଜି ଇମ୍ଫୋଭ୍ୟାଲି ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ଗ୍ରାମର ସିପୁନ ବାରିକ (୪୫)। ଋଣ କିସ୍ତି ଟଙ୍କା ସୁଝିବାକୁ ନେଇ ପାରିବାରିକ କଳହରୁ ଏପରି ଘଟିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି।
ମିଳିଥିବା ସୂଚନା ଅନୁସାରେ ସିପୁନ କିଛି ଅର୍ଥ ଲଗାଣ ସଂସ୍ଥାରୁ ଟଙ୍କା ଋଣ ଆଣିଥିଲେ। କାମ ଧନ୍ଦା ନଥିବାରୁ ଠିକ୍ ସମୟରେ କିସ୍ତି ପରିଷଦ କରିପାରୁନଥିଲେ ସିପୁନ। ତେଣୁ ଏହି ଋଣ କିସ୍ତି ଦେବାପାଇଁ ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା।ଆଜି ସକାଳେ ସିପୁନ ବଜାରକୁ ଆସି ଚାହା ପିଇ ଫୁଲ ତୋଳି ଘରକୁ ଫେରୁଥିଲେ। ଆଜି ଊଣର କିସ୍ତି ବାରି ଥିବାରୁ ଘରେ ଟଙ୍କା ମାଗିଥିଲେ। ଏନେଇ ସିପୁନ ଗତ କିଛି ଦିନ ପୂର୍ବରୁ ଚିନ୍ତାରେ ରହୁଥିଲେ।ଆଜି ପ୍ରାୟ ୭ଟା ବେଳେ ସିପୁନ ତାଙ୍କ ଗାଧୁଆ ଘରେ ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ଝୁଲିପଡିଥିଲେ। କିଛି ସମୟ ପରେ ଘର ଲୋକ ସିପୁନଙ୍କୁ ଖୋଜିଥିଲେ।ଘର ଲୋକ ଗାଧୁଆ ଘର ଦେଖିବା ବେଳକୁ ସିପୁନ ବେକରେ ରଶି ଲଗାଇ ଝୁଲି ପଡିଥିଲେ। ସେତେବେଳକୁ ମୃତ୍ୟୁ ଘଟିସାରିଥିଲା। ଏନେଇ ଇମ୍ଫୋଭ୍ୟାଲି ଥାନାକୁ ଖବର ଦେଇଥିଲେ।ଖବର ପାଇ ଇମ୍ଫୋଭ୍ୟାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ।ଆଜି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ପୁଲିସ।ଶବ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories