www.samajalive.in
Sunday, December 14, 2025
26.1 C
Bhubaneswar

ମନୋରମା ମହାପାତ୍ରଙ୍କ ସ୍ମୃତିରେ ବାଳିକା ହାଇସ୍କୁଲକୁ ପୁସ୍ତକ ଦାନ

ଆଠଗଡ :  ଆଠଗଡ ମାଟିର ସୁକନ୍ୟା ବିଶିଷ୍ଟ ସାରସ୍ୱତ ସାଧିକ, ସାମ୍ବାଦିକା, ସମାଜସେବୀ ୰ ଡଃ ମନୋରମା ମହାପାତ୍ରଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଠଗଡ ସରକାରୀ ବାଳିକା ହାଇସ୍କୁଲର ଗ୍ରନ୍ଥାଗାରକୁ ଶତାଧିକ ପୁସ୍ତକ ଦାନ କରାଯାଇଛି । ୰ଶ୍ରୀମତୀ ମହାପାତ୍ରଙ୍କ ଜ୍ୟେଷ୍ଠା କନ୍ୟା ଶ୍ୱେତପଦ୍ମା ଦାଶ ଆଠଗଡ ସରକାରୀ ବାଳିକା ହାଇସ୍କୁଲକୁ ପରିଦର୍ଶନରେ ଯାଇ ବିଭିନ୍ନ ସୁନାମଧନ୍ୟ ସାରସ୍ୱତ ସାଧକଙ୍କ ଦ୍ୱାରା ରଚିତ ଶତାଧିକ ପୁସ୍ତକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସାହୁଙ୍କୁ ଅର୍ପଣ କରିଥିଲେ। ବିଦ୍ୟାଳୟର ଗ୍ରନ୍ଥାଗାରରେ ଏହି ସବୁ ପୁସ୍ତକ ରଖିବା ଲାଗି ଆବଶ୍ୟକୀୟ ଏକାଧିକ ଆଲମାରୀ କ୍ରୟ କରିବା ଲାଗି ମୋ ସ୍କୁଲ ଅଭିଯାନ ଯୋଜନା ମାଧ୍ୟମରେ ଶ୍ରୀମତୀ ଦାଶ ୧୦ହଜାର ଟଙ୍କା ଦାନ କରିଥିଲେ । ପୁସ୍ତକ ଆମର ଶ୍ରେଷ୍ଠ ବନ୍ଧୁ ଏବଂ ଜ୍ଞାନ ଆହରଣ ପାଇଁ ନିୟମିତ ବହି ପଢିବା ଲାଗି ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଶ୍ରୀମତୀ ଦାଶ ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସ୍ୱର୍ଗତ ଶ୍ରୀମତୀ ମହାପାତ୍ରଙ୍କ ଦ୍ୱାରା ଏବଂ ଅନ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ଦ୍ୱାରା ରଚିତ ଅଧିକ ପୁସ୍ତକ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ବନଲତା ମହାପାତ୍ର ମଧ୍ୟ ଛାତ୍ରୀମାନଙ୍କ ପଢିବା ଲାଗି ପୁସ୍ତକ କିଣିବା ପାଇଁ ମୋ ସ୍କୁଲ ଅଭିଯାନ ଯୋଜନା ଜରିଆରେ ୨ହଜାର ଟଙ୍କା ଦାନ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ କନ୍ୟା ଶ୍ରୀମତୀ ଦାଶ ଏବଂ ପ୍ରାଧ୍ୟାପିକା ଶ୍ରୀମତୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଏହି ମହନୀୟ ଦାନ ପାଇଁ କୃତଜ୍ଞତା ଜଣାଇଥିଲେ । ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମତୀ ଦାଶ ଓ ଶ୍ରୀମତୀ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପୁରାତନ ଛାତ୍ରୀ ସଂସଦର ସଦସ୍ୟା କଳ୍ପଲତା ଦାଶ, ମଞ୍ଜୁଲତା ମହାଳିକ, ଦୀପାଳି ଦାଶ ଏବଂ ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories