www.samajalive.in
Sunday, December 14, 2025
26.1 C
Bhubaneswar

ପାରିବାରିକ ଅଶାନ୍ତିରୁ ଯୁବକଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଆଜି ଇମ୍ଫୋଭ୍ୟାଲି ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ଗ୍ରାମର ସିପୁନ ବାରିକ (୪୫)। ଋଣ କିସ୍ତି ଟଙ୍କା ସୁଝିବାକୁ ନେଇ ପାରିବାରିକ କଳହରୁ ଏପରି ଘଟିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ ସିପୁନ କିଛି ଅର୍ଥ ଲଗାଣ ସଂସ୍ଥାରୁ ଟଙ୍କା ଋଣ ଆଣିଥିଲେ। କାମ ଧନ୍ଦା ନଥିବାରୁ ଠିକ୍ ସମୟରେ କିସ୍ତି ପରିଷଦ କରିପାରୁନଥିଲେ ସିପୁନ। ତେଣୁ ଏହି ଋଣ କିସ୍ତି ଦେବାପାଇଁ ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା। ଆଜି ସକାଳେ ସିପୁନ ବଜାରକୁ ଆସି ଚାହା ପିଇ ଫୁଲ ତୋଳି ଘରକୁ ଫେରୁଥିଲେ। ଆଜି ଋଣର କିସ୍ତି ବାରି ଥିବାରୁ ଘରେ ଟଙ୍କା ମାଗିଥିଲେ। ଏନେଇ ସିପୁନ ଗତ କିଛି ଦିନ ପୂର୍ବରୁ ଚିନ୍ତାରେ ରହୁଥିଲେ। ଆଜି ପ୍ରାୟ ୭ଟା ବେଳେ ସିପୁନ ତାଙ୍କ ଗାଧୁଆ ଘରେ ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ଝୁଲି ପଡିଥିଲେ। କିଛି ସମୟ ପରେ ଘର ଲୋକ ସିପୁନଙ୍କୁ ଖୋଜିଥିଲେ। ଘର ଲୋକ ଗାଧୁଆ ଘର ଦେଖିବା ବେଳକୁ ସିପୁନ ବେକରେ ରଶି ଲଗାଇ ଝୁଲି ପଡିଥିଲେ। ସେତେବେଳକୁ ମୃତ୍ୟୁ ଘଟିସାରିଥିଲା। ଏନେଇ ଇମ୍ଫୋଭ୍ୟାଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ଇମ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories