www.samajalive.in
Thursday, December 11, 2025
16.1 C
Bhubaneswar

କୁଡୁତୁଲୀ ସରପଞ୍ଚଙ୍କୁ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗିରଫ

କ. ନୂଆଗାଁ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକଙ୍କୁ ମଦ ବିକ୍ରେତାଙ୍କ ମାଡ଼ ଅଭିଯୋଗ  ଘଟଣାରେ କ. ନୂଆଗାଁ ପୁଲିସ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟାରେ ମଦ ବିକ୍ରିକୁ ବିରୋଧ କରି ବରାଳୀ ଦେବୀ ସଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ମଦ ଜବତ କରିବାସହ ବିକ୍ରି ବନ୍ଦ କରିବା ପରେ ସ୍ଥାନୀୟ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଡ଼କାଇଥିଲେ। ସରପଞ୍ଚ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ସମୟରେ ମଦ ବିକ୍ରି କରୁଥିବା ଦୁଇ ଭାଇ ଗୁରୁବାରିଆ ଦିଗାଳ ଏବଂ ବିନାଶ ଦିଗାଳ ସରପଞ୍ଚଙ୍କୁ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ  ଗୁରୁବାର କୁଡୁତୁଲି ଗ୍ରାମବାସୀ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି କ.ନୂଆଗାଁ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଆଇଓ ଏସ୍ଆଇ ଉମାଶଙ୍କର ପେଡେଣ୍ଟି ସୂଚନା ଦେଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories