www.samajalive.in
Sunday, December 14, 2025
16.1 C
Bhubaneswar

ଗଞ୍ଜାମ ବ୍ଲକସ୍ତରୀୟ ଜନଶୁଣାଣୀ

ଗଞ୍ଜାମ : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟର କନଫେରେନ୍ସ ହଲରେ ଗୁରୁବାର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡିଓ ବିଶ୍ୱଜିତ ରାଏ, ଡି.ଏସ.ଏ.ଓ ରବୀନ୍ଦ୍ର କୁମାର ମଲାଣ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏବିଡିଓ ଭବାନୀ ଶଙ୍କର ପ୍ରଧାନ ଏହି ଶୁଣାଣିର ସଂଯୋଜନା କରିଥିଲେ। ଗଞ୍ଜାମ ବ୍ଲକ ୧୫ ପଂଚାୟତକୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କେଉଁ ପଂଚାୟତରେ କ’ଣ କ’ଣ ପ୍ରକଳ୍ପ ହୋଇଛି ଓ କ’ଣ ହେବାର ରହିଛି ସେ ସମ୍ପର୍କରେ ପଂଚାୟତ ଅଧିକାରୀମାନେ ବିବରଣୀ ପ୍ରଦାନ କରିଥିଲେ। ଗଞ୍ଜାମ ବ୍ଲକରେ ମୋଟ ୨୩୧୮ଟି ପ୍ରକଳ୍ପ ପାଇଁ ଅନୁମୋଦନ ହୋଇଥିଲା। ସେଥି ମଧ୍ୟରେ ୨୦୧୭ ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେରୁ ୩୦୧ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି। ବ୍ଲକର ୫୧୧୪ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଲାଇନ ଡିପାର୍ଟମେଣ୍ଟ ଅଫିସରମାନେ ବିଭିନ୍ନ ପଂଚାୟତରେ ସେମାନଙ୍କ ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରୁଛନ୍ତି। ସେ ସମ୍ପର୍କରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ କୌଣସି ପ୍ରକାର ସୂଚନା ମଧ୍ୟ ଦେଉନାହାନ୍ତି। ଯାହାକୁ ନେଇ କିଛି ପ୍ରତିନିଧି ଉଦବେଗ ପ୍ରକାଶ କରିଥିଲେ। ଫଳରେ ପରବର୍ତ୍ତୀ ସମୟରେ ଅଧିକାରୀମାନେ ଲୋକପ୍ରତିନିଧିଙ୍କୁ ପଚାରି ପ୍ରକଳ୍ପ କାର୍ଯ୍ୟ କରିବେ ବୋଲି ଉପଜିଲ୍ଲାପାଳ କହିଥିଲେ। ଏହି ଶୁଣାଣି ବେଳେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପରିଡା, ସିଡିପିଓ ସଲୀଳା ପ୍ରଧାନ, ଏପିଓ ବ୍ରଜ କିଶୋର ବେହେରା, ରମ୍ଭା ଫରେଷ୍ଟର, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories