www.samajalive.in
Wednesday, December 10, 2025
23.1 C
Bhubaneswar

ଝାରପଡ଼ାରେ ଶୋଭା ପାଇବ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ୍‌ ହରମିଟେଜ ମ୍ୟୁଜିୟମ ତୋରଣ

ଉତ୍ତରଭୁବନେଶ୍ୱର: ରାଜଧାନୀର ପ୍ରମୁଖ ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଚଳିତ ଥର ନୂତନ ଓ ଆକର୍ଷଣୀୟ ତୋରଣ ଦୃଶ୍ୟମାନ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ରୁଷିଆର ସେଣ୍ଟ ପିଟର୍ସବର୍ଗ ସହରରେ ଥିବା ଷ୍ଟେଟ୍‌ ହରମିଟେଜ ମ୍ୟୁଜିୟମ୍‌ ଶୋଭା ପାଇବ ବୋଲି ସଭାପତି ଶିଖର ଚନ୍ଦ୍ର ଜେନା କହିଛନ୍ତି। ​ସେ କହିଛନ୍ତି, ଏହି ତୋରଣ ରାଜଧାନୀବାସୀଙ୍କୁ ଆକର୍ଷିତ କରିବ। ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରି ଏବଂ ସହଯୋଗୀ ଦେଢ଼ମାସ ଧରି ତୋରଣ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ବାଉଁଶ, କାଠ ବିଟ୍‌, ପ୍ଲାଏ, ଫାଇବର, ସନ୍‌ପ୍ୟାକ, ୟୁନି ଫୋମ୍‌, ରଙ୍ଗିନ କାଚ ଆଦି ବ୍ୟବହାର କରାଯାଉଛି। ଏହାର ଉଚ୍ଚତା ୮୫ଫୁଟ୍‌ ଏବଂ ଚଉଡ଼ା ୧୫୦ ଫୁଟ୍‌ ରହିବ। ତୋରଣଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହେବ। ଭକ୍ତଙ୍କ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ଏବଂ ଭିତର ପାର୍ଶ୍ବରେ ୪ଟି ପ୍ରସ୍ଥାନ ପଥ ରଖାଯିବ।

ଭୁବନେଶ୍ୱର ଓ କଟକର ଲୋକପ୍ରିୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଷଷ୍ଠୀ ସନ୍ଧ୍ୟାରେ ଭଜନ, ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ସନ୍ଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ କରାଯିବା ସହିତ ପ୍ରତିବର୍ଷ ପରି ଦଶମୀ ସନ୍ଧ୍ୟା ୭ଟାରେ ୪୦ଫୁଟ୍‌ ଉଚ୍ଚତାର ରାବଣପୋଡ଼ି ଓ ଆତସବାଜି କରାଯିବ। ଭସାଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଦୁଲଦୁଲି, ସମ୍ବଲପୁରୀ ଓ ପଞ୍ଜାବୀ ବାଜା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ବୋଲି କର୍ମକର୍ତ୍ତା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉପସଭାପତି ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories