www.samajalive.in
Saturday, December 13, 2025
26.1 C
Bhubaneswar

ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ବଲାଙ୍ଗିର: ଗତ ବିଧାନସଭା ମୌସୁମୀ ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଓମାଳି ପର୍ବତ ଓଡ଼ିଶାର ରାଜସ୍ୱ, ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗର ଖାତାରେ ନାହିଁ ବୋଲି ବିବୃତି ଦେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି ଏହି ଘଟଣାରେ ରୁଲିଂ ପ୍ରଦାନ କରି ତିନି ବିଭାଗର ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତର ରାଜ୍ୟର ସଚେତନ ନାଗରିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉତ୍ତରାଖଣ୍ଡର ଆଲମୋରାସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ରାଷ୍ଟ୍ରୀୟ ହିମାଳୟୀ ପର୍ଯ୍ୟାବରଣ ସଂସ୍ଥାନ ପ୍ରଦତ୍ତ ତଥ୍ୟ ଅନୁସାରେ ଓଡ଼ିିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବାଞ୍ଚଳ ଘାଟର ଦେଓମାଳିର ନାମ ଉଲ୍ଲେଖ ଅଛି।
ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ଏଭଳି ଦ୍ୱନ୍ଦକୁ ଦୂର କରିବା ପାଇଁ ରାଜ୍ୟର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ତଥ୍ୟ ମାଗିଥିଲେ।

ଦେଶର ସମସ୍ତ ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଓ ଦେଶର ଉଚ୍ଚତମ ଗିରିଶୃଙ୍ଗମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଆଇନର ୬(୩) ଧାରା ଅନୁଯାୟୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉତ୍ତରାଖଣ୍ଡର ଆଲମୋରାସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ରାଷ୍ଟ୍ରୀୟ ହିମାଳୟୀ ପର୍ଯ୍ୟାବରଣ ସଂସ୍ଥାନ (ଏନଆଇଏଚଇ)କୁ ତଥ୍ୟ ପ୍ରଦାନ କରିବା ପାଇଁ ପଣ୍ଡାଙ୍କ ଅବେଦନକୁ ହସ୍ତାନ୍ତର କରିଥିଲେ। ଏନ୍ ଆଇ ଏଚ୍ ଇ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ ଓଡ଼ିିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବାଞ୍ଚଳ ଘାଟର ଦେଓମାଳିର ନାମ ଅଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସର୍ବୋଚ୍ଚ ପର୍ବତର ନାମ ଆର୍ମାକୋଣ୍ଡା ଅଛି। ରାଜ୍ୟୱାରୀ ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଗିରଶୃଙ୍ଗ ତାଲିକାରେ ସିକିମରେ ଅବସ୍ଥିତ ୮୫୯୮ ମିଟର ଉଚ୍ଚତା ବିଶିଷ୍ଟ ପୂର୍ବାଞ୍ଚଳ ହିମାଳୟର କାଞ୍ଚନଜଂଘା ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ବିହାରର ଦକ୍ଷିଣ ଚମ୍ପାରନ ଜିଲାର ୮୮୦ ମିଟର ଉଚ୍ଚତା ବିଶିଷ୍ଟ ଶିବାଲିକ ହିଲ୍ସ ସର୍ବନିମ୍ନ ସ୍ଥାନରେ ଅଛି। ଓଡ଼ିଶାର ଦେଓମାଳି ପର୍ବତର ଉଚ୍ଚତା ୧୬୭୨ ମିଟର। ଏହା ୨୮ଟି ରାଜ୍ୟ ମଧ୍ୟରେ ୧୬ ନମ୍ବରରେ ଅଛି। ଆନ୍ଧ୍ରର ପୂର୍ବାଞ୍ଚଳ ଘାଟ ଅନ୍ତର୍ଗତ ୧୬୮୦ ମିଟର ଉଚ୍ଚତା ବିଶିଷ୍ଟ ଆର୍ମାକୋଣ୍ଡା ପର୍ବତ ୧୫ ନମ୍ବରରେ ଅଛି। ଏହି ତଥ୍ୟରେ ପ୍ରଦାନ କରାଯାଇଥିବା ଦେଶର ସର୍ବୋଚ୍ଚ ୪୯ ଗିରିଶୃଙ୍ଗମାନଙ୍କ ମଧ୍ୟରେ ଦେଓମାଳି ନାହିଁ।

- Advertisement -

ବିଧାନସଭାରେ ମନ୍ତ୍ରୀମାନେ ଉତ୍ତର ଦେବା ବେଳେ ପୂରା ପ୍ରସ୍ତୁତ ହୋଇ ଉତ୍ତର ଦେବାର ଆବଶ୍ୟକତା ଅଛି। ସୀମା ବିବାଦ ଚାଲିଥିବା ବେଳେ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ସମସ୍ତ ତଥ୍ୟ ଓଡ଼ିଶା ସରକାର ସଂଗ୍ରହ କରିବା ଆବଶ୍ୟକତା ଅଛି। ମନ୍ତ୍ରୀ ସବୁଠାରୁ ସହଜ କଥା ଦେଓମାଳି ରେକର୍ଡ ଓଡ଼ିଶାରେ ନାହିଁ ବୋଲି ବିଧାନସଭାରେ କହିବା ଦ୍ୱାରା ରାଜ୍ୟର ସୀମା ପ୍ରସଙ୍ଗକୁ ଗୁରୁତ୍ୱହୀନ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ବିଭାଗଗୁଡ଼ିକ ମଧ୍ୟ ମନ୍ତ୍ରୀମାନଙ୍କୁ ସମସ୍ତ ତଥ୍ୟ ସଂଗ୍ରହ କରି ଯୋଗାଇ ଦେବା ଆବଶ୍ୟକ। ରାଜ୍ୟର ଭୌଗଳିକ ସ୍ଥିତି ବିଷୟରେ ଯଦି ମନ୍ତ୍ରୀମାନେ ସଠିକ ଉତ୍ତର ରଖିବେ ନାହିଁ ତାହେଲେ ରାଜ୍ୟର ସଚେତନ ନାଗରିକ କେବଳ ବିଭ୍ରାନ୍ତ ହେବେ ନାହିଁ, ରାଜ୍ୟର ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଆଧାରରେ ଓଡ଼ିଶା ବନ ବିଭାଗ ଦେଓମାଳିକୁ ଖାତାରେ ଉଲ୍ଲେଖ କରିବା ପାଇଁ କିଛି ଅସୁବିଧା ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ତଥ୍ୟ ପଠାଇବେ ବୋଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories