www.samajalive.in
Friday, December 5, 2025
20.1 C
Bhubaneswar

ଇନ୍ଦୁପୁର ଗ୍ରାମ ପୋଖରୀ କୂଳରୁ ୩ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ଇନ୍ଦୁପୁର ଗ୍ରାମର ନଟିପୋଖରୀ କୂଳରେ କେହି ତିନିଗୋଟି ଶିଶୁକନ୍ୟା ଭୃଣ ହତ୍ୟା କରି ଫୋପାଡ଼ି ଦେଇଥିବାର ଶୁକ୍ରବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ସରକାର ଭୃଣ ହତ୍ୟା ବିରୋଧରେ ଡେଙ୍ଗୁରା ପିଟି ଚାଲିଛନ୍ତି। ହେଲେ ନର୍ସିଂହୋମଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଖପାଖରେ ଥିବା ବିଭିନ୍ନ ଘରୋଇ କ୍ଲିନିକରେ କନ୍ୟା ଭ୍ରୁଣ ହତ୍ୟା ସହିତ ଶିଶୁ କନ୍ୟାମାନଙ୍କର ହତ୍ୟା ଚାଲିଛି। କନ୍ୟା ଭୃଣ ହତ୍ୟା ନକରିବା ପାଇଁ ସରକାର ଦିନକୁ ଦିନ ନିୟମ ପରେ ନିୟମ କରି ଚାଲିଛନ୍ତି। ହେଲେ ସହରରେ ଯେଉଁ ସବୁ ଘରୋଇ କ୍ଲିନିକ ଖୋଲାଯାଇଛି, ଏପରିକି ସରକାରୀ ଡାକ୍ତରମାନେ ମଧ୍ୟ ନିଜେ ନିଜେ କ୍ଲିନିକ ଖୋଲି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ। କନ୍ୟା ଭୃଣ କିମ୍ବା ଶିଶୁ କନ୍ୟା ହତ୍ୟା ଭଳି ଜଘନ୍ୟ ହତ୍ୟାକାଣ୍ଡ ସହରରେ ପ୍ରତିଦିନ ଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ନୀରବ ଦ୍ରଷ୍ଟା ସାଜିଛି। ଉଦାହରଣ ସ୍ୱରୂପ ସେହିପରି ଏକ ଜଘନ୍ୟ କାଣ୍ଡ ଇନ୍ଦୁପୁର ପଞ୍ଚାୟତର ନଟିପୋଖରୀ କୂଳରେ ଦେଖିବାକୁ ମିଳିଛି। ତିନି ତିନୋଟି ଶିଶୁକନ୍ୟାଙ୍କୁ କେହି ମାରି ପକାଇଦେଇଛନ୍ତି ବୋଲି ଖବର ନେବାରୁ ଜଣାଯାଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories