www.samajalive.in
Friday, December 5, 2025
26.1 C
Bhubaneswar

ହରଭଙ୍ଗାରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ

ହରଭଙ୍ଗା :  ନରସିଂହପୁର,ନୂଆପଡା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଂଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଏହି ମାରାତ୍ମକ ବେମାରୀ ଗ୍ରାମାଚଂଳରେ ବସବାସ କରୁଥିବା ଗରିବ,ଖଟିଖିଆ ଦିନ ମଜୁରୀଆ ପରିବାର ଉପରେ ଦାଉ ସାଜିଛି। ରୋଗ ଚିହ୍ନଟ ପୂର୍ବରୁ ଗରିବ ଶ୍ରେଣୀର ରୋଗୀଟିଏ ଏଠି ସେଠିକୁ ଧାଇଁ ଧାଇଁ ଅକାରଣରେ ପ୍ରାଣ ହାରୁଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଜିଲ୍ଲାରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଚିନ୍ତାଜନକ ସ୍ଥିତିରେ ପଂହଚିଥିବା ଜଣାପଡିଛି। ଏହି ଘଟଣା ବର୍ତମାନ ଜିଲ୍ଲାପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଏହି ଘଟଣାକୁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତରଭାବେ ଗ୍ରହଣ କରିଥିବା ଜଣାପଡିଛି। କିଡନୀ ରୋଗକୁ ନେଇ ଜିଲ୍ଲାପାଳ ଏବଂ ବୌଦ୍ଧ ସି.ଡି.ଏମ.ଓ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମଧ୍ୟରେ ଏକ ବୈଠକରେ ପଙ୍ଖାନୁପଙ୍ଖଭାବେ ଆଲୋଚନ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ ଜିଲ୍ଲାରେ ବର୍ତମାନ ୮୬୭ଜଣ କିଡନୀ ରୋଗୀ ରହିଥିବା ସରକାରୀଭାବେ କୁହାଯାଇଛି। ସେଥିରୁ ଗୁରୁତର ଅବସ୍ଥାରେ ଥିବା ୫୩ଜଣ ରୋଗୀଙ୍କ ଡାଏଲେସିସ୍ ଚାଲିଥିବା ମଧ୍ୟ ସୂଚନା ମିଳିଛି। ରୋଗୀଙ୍କ ଚିକିତ୍ସାପାଇଁ ରେଡକ୍ରସ ପାଣ୍ଠିରୁ ଜଣେ ଭେଷଜ ବିଶେଷଜ୍ଞ ଡାକ୍ତର ମାସିକ ୩୦ ହଜାର ଟଙ୍କା ବ୍ୟୟରେ ନିୟୋଜିତ କରାଯାଇଥିବା ଜଣାପଡିଛି। ଏହା ସହିତ କିଡନୀ ରୋଗୀଙ୍କ ବ୍ୟବହୁଳ ଚିକିତ୍ସା ପାଇଁ ମାଗଣାରେ ଇଞ୍ଜକ୍ସସନ ,ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥାହେଲା ଆକ୍ରାନ୍ତ ରୋଗୀଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ  କରୁଛନ୍ତି। ମାତ୍ର ଏହାର ମୂଳ କାରଣ ଏବଂ ନିରାକରଣ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ମାଗଣା ସରକାରୀ ଚିକିତ୍ସା ଯୋଗାଇବା ବାସ୍ତବରେ ଏକ କଷ୍ଟକର ବ୍ୟାପାର ବୋଲି ପ୍ରଶାସନ ଚିନ୍ତାପ୍ରକଟ କରିଛି। ଏଭଳି କ୍ଷେତ୍ରରେ ଗତ ଏକମାସହେଲା ବୌଦ୍ଧରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଏ ଦିଗରେ ସ୍ୱାସ୍ଥ୍ୟବିଭାଗ ସହିତ ବିଚାର ବିମର୍ଷ କରିଛନ୍ତି। ଏକ କିଡନୀମୁକ୍ତ ଜିଲ୍ଲା ଗଠନ ମିଶନ କାର୍ଯ୍ୟକାରୀ ଦିଗରେ ପ୍ରଶାସନ ପକ୍ଷରୁ ନୂଆ ରଣନୀତି ଆରମ୍ଭ କରାଯିବ।
ବିଶେଷକରି ଲୁକାୟିତ ଅବସ୍ଥାରେ ଗାଁ ଗାଁରେ ରହିଥିବା କିଡନୀ ରୋଗିଙ୍କୁ ଚିହ୍ନଟ ପ୍ରକ୍ରିୟା ହାତକୁ ନିଆଯିବ। ପ୍ରାରମ୍ଭରୁ ରୋଗ ଚିହ୍ନଟ କରାଯାଇ ରୋଗୀକୁ ପ୍ରାଥମିକ ଚିକିତ୍ସାକରି ଆରୋଗ୍ୟ କରାଯିବା ମୂଳ ଲକ୍ଷ୍ୟକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ଏହା ସହିତ କିଡନୀ ରୋଗର ମୂଳକାରଣ ବିଶେଷକରି ଫ୍ଲୋରାଇଡଯୁକ୍ତ ପାଣି,ଅଧିକମାତ୍ରାରେ ଔଷଧ ସେବନ ସହିତ ପଥର ଉତୋଳନ ପାଇଁ ବ୍ୟବହାର ହେଉଥିବା ଆମୋନିଆ ପାଉଡର,ନିଶା ସେବନ ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାପାଳଙ୍କ ନୂଆ ରଣନୀତି ଆଗକୁ କିଡନୀମୁକ୍ତ ଜିଲ୍ଲାଗଠନରେ କେତେଦୂର ଫଳପ୍ରଦ ହେଉଛି ତାହା ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ।ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ୭ଟି ପଂଚାୟତର ୨୩ଟି ଗ୍ରାମରେ ୨୮୧ଜଣ କିଡନୀ ଆକ୍ରାନ୍ତ ଥିବାବେଳେ ୨୨୦ଜଣ ରୋଗୀଙ୍କ ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ବିଶେଷକରି ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର,ଜବଲପୁର,କୁଶଙ୍ଗ ପଂଚାୟତର ଭଗାମୁଣ୍ଡା ତଇଳାସାହି,ହରଭଙ୍ଗା ପଂଚାୟତର ଭେଜିଗୁଡା,ବୁକେଶିଙ୍ଗା,ସୁରୁଣ୍ଡି, ଭଳି ଗ୍ରାମରେ ଏହି ରୋଗର ଅଧିକ ପାର୍ଦୁଭାବ ରହିଛି। ଏ ସର୍ମ୍ପକରେ ବୌଦ୍ଧ ସି.ଡି.ଏମ.ଓ ଡାକ୍ତର ଅଭୟ ଦାସଙ୍କୁ ପଚାରିବାରୁ କିଡନୀରୋଗକୁ ଜିଲ୍ଲାପାଳ ଗୁରୁତର ସହ ଗ୍ରହଣ କରିଛନ୍ତି। ଏ ବିଷୟରେ ଆମ ସହିତ ଆଲୋଚନା ମଧ୍ୟ କରାଯାଇଛି। କିଡନୀମୁକ୍ତ ଜିଲ୍ଲାଗଠନ ମିଶନ ନେଇ ଅତିଶୀଘ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories