www.samajalive.in
Friday, December 5, 2025
26.1 C
Bhubaneswar

ତୃତୀୟ ଡୋଜ୍ କରୋନା ଟୀକାକରଣରରେ ବୌଦ୍ଧ ପଛୁଆ

ହରଭଙ୍ଗା : ତୃତୀୟ ପାନ ତଥା ସୁରକ୍ଷା ଡୋଜ୍ କରୋନା ଟୀକାକରଣରେ ବୌଦ୍ଧ ପଛରେ ରହିଛି। ଆସନ୍ତା ୩୦ରେ ମାଗଣା ଟୀକାକରଣ ଅବଧି ଶେଷ ହେବାକୁ ବସିଥିବା ବେଳେ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଦେଖା ମିଳୁନଥିବା କଥା ସ୍ୱାସ୍ଥ୍ୟ ବିଭାଗକୁ ଅଡୁଆରେ ପକାଇଛି। ପ୍ରକାଶ ଯେ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟପାନ ଟୀକାକରଣ ପାଖାପାଖି ଶତ ପ୍ରତିଶତ ରହିଥିବାବେଳେ ତୃତୀୟ ତଥା ପ୍ରିକସନ ଡୋଜ୍ ଟୀକାକରଣ ବହୁତ ପଛରେ ରହିଛି।
ସୂଚନା ଅନୁସାରେ ଜିଲ୍ଲାରେ ଗତ ୦୭ ସେପ୍ଟେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୨ଲକ୍ଷ ୮୪ ହଜାର୨୨୨ ଟୀକାକରଣ ଲକ୍ଷ୍ୟଧାର୍ଯ୍ୟ ରହିଥିଲା ସେଥିରୁ ମାତ୍ର ୧୭.୭୪ ପ୍ରତିଶତ ଅର୍ଥାତ୍ ୫୦୪୩୨ ଜଣଙ୍କୁ ଟୀକାକରଣ କରାଯାଇଛି ।ସେହିପରି ୧୮ ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ୧ଲକ୍ଷ ୫୨ହଜାର୮୩୨ ଜଣଙ୍କୁ ଟୀକାକରଣ ଲକ୍ଷ୍ୟ ଧାର୍ଯ୍ୟ ରହିଥିବାବେଳେ ସେଥିରୁ ମାତ୍ର ୧୨.୦୯୨ ପ୍ରତିଶତ ଅର୍ଥାତ୍ ୧୯୭୫୨ ଜଣଙ୍କୁ ଟୀକାକରଣ ହୋଇଛି। ସେହିପରି ୬୦ବର୍ଷରୁ ଉଦ୍ଧ୍ୱର୍ ୫୩୧୩୧ ଜଣଙ୍କୁ ଟୀକାକରଣ ହେବାକୁ ଥିବାବେଳେ ସେଥିରୁ ମାତ୍ର ୨୮.୧୫ ପ୍ରତିଶତ  ଅର୍ଥାତ୍ ୧୪୯୫୫ ଜଣଙ୍କୁ ଟୀକାକରଣ କରାଯାଇଛି। ଶେଷରେ ୪୫ ରୁ ୫୯ ବୟସ୍କଙ୍କ ପାଇଁ ୭୧୮୭୧ ଟୀକାକରଣ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ମାତ୍ର ୧୨.୯୭ ପ୍ରତିଶତ ଅର୍ଥାତ୍ ୯୩୨୧ଜଣଙ୍କୁ ଟୀକାକରଣ କରାଯାଇଛି। ମାଗଣା ଟୀକାକରଣ ଅବଧି ଆଉ ମାତ୍ର ୧୫ଦିନ ବାକିଥିବାବେଳେ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ପ୍ଲାନ ଇଣ୍ଡିଆ ନାମକ ସ୍ୱେଛାସେବୀ ଅନୁଷ୍ଠାନ ଏହି କାର୍ଯ୍ୟରେ ନିଜର ପ୍ରଚେଷ୍ଟା ଚଳେଇଛି। ତୃତୀୟ ଡୋଜ କିଭଳି ୯୦ ପ୍ରତିଶତରେ ପଂହଚିବ ସେ ନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories