www.samajalive.in
Friday, December 5, 2025
26.1 C
Bhubaneswar

ମିଳିତ ବଜାର କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଓ ଭଷାଣି ପ୍ରସ୍ତୁତି ବୈଠକ

କାମାକ୍ଷାନଗର : ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ସକାଶେ ମିଳିତ ବଜାର କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ମିନାବଜାର ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଳିତ ବଜାର କମିଟିର ସଭାପତି ଗୋପାଳ ଚନ୍ଦ୍ର ପାତ୍ର ଯୋଗଦେଇ  ପ୍ରସିଦ୍ଧ ଲକ୍ଷ୍ମୀ ପୂଜା କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ  ବର୍ଷ  ଧରି ସଠିକ ଭାବେ ପାଳିତ ହୋଇ ନଥିବା ବେଳେ ଚଳିତ ବର୍ଷ ସରସ ସୁନ୍ଦର କରିବା ସକାଶେ ମତ ବ୍ୟକ୍ତ କରିଥିଲେ । ଶାନ୍ତି କମିଟିର ନିର୍ବାଚିତ ସଭାପତି ସୁଧାଂଶୁ ଦଳେଇ ଯୋଗଦେଇ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସକାଶେ ସମସ୍ତ ସଦସ୍ୟଙ୍କର ସହଯୋଗ କାମନା କରିଥିଲେ ।  ଏଥିରେ ମୁଖ୍ୟତଃ ଚଳିତ ବର୍ଷ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଭଷାଣୀ କାର୍ଯ୍ୟକ୍ରମ ଶେଷ ହେବ ସେଥିପ୍ରତି  ନଜର କରାଯାଇ ବଜାରର ସମସ୍ୟା କିପରି ଭାବରେ ସମାଧାନ ହେବ ମୁଖ୍ୟତଃ ବିଜୁଳି ସମସ୍ୟା, ପାଣି ସମସ୍ୟା, ରାସ୍ତାଘାଟ ସମସ୍ୟା,ଡ୍ରେନ ସମସ୍ୟା, ଦକ୍ଷିଣକାଳୀ ରୋଡରେ ଗାଇଗୋରୁଙ୍କ ସମସ୍ୟା,ଟ୍ରାଫିକ୍ ସମସ୍ୟା ଓ ଭଷାଣୀ ସମୟରେ ଯେଉଁ ସବୁ ସମସ୍ୟାରେ ହେଉଛି ତାକୁ ଦୂର କରିବା ସହିତ ପୂଜା ସମୟରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଗହଳି ଦୃଷ୍ଟିରୁ ବିଭିନ୍ନ ଅପରାଧ ନ ହେବା ପାଇଁ ବିଭିନ୍ନ ସ୍ଥାନରେ ସି ସି ଟିଭି ଲଗାଇବା ପାଇଁ ଆଲୋଚନା କରାଯାଇ ଏହି ସମସ୍ୟା ଗୁଡିକ ଦୂର କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।  ଏତଦ ବ୍ୟତୀତ ଚଳିତ ବର୍ଷ ଏକ ଆଜ୍ଞା ଲଡୁ ନିଲାମ ପାଇଁ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ପରି ଶେଷରେ ମିନାବଜାର ସମ୍ପାଦକ ପୀତବାସ ସାହୁ ଧନ୍ୟବାଦ ଦେଇଥିଲେ ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories