www.samajalive.in
Wednesday, December 10, 2025
16.1 C
Bhubaneswar

ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ; ଗତକାଲି ମୁଣ୍ଡୁଳି ବ୍ରିଜରୁ ଡେଇଁପଡ଼ିଥିଲେ

କଟକ: ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକ ମାନେ ଯୁବକ ଜଣଙ୍କୁ ଏକ ଟାପୁରୁ ଉଦ୍ଧାର କ​‌ରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ଗତକାଲି ରାତି ୯ଟା ବେଳେ  ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ନଦୀର ପ୍ରଖର ସ୍ରୋତରେ ମୁଣ୍ଡୁଳିରୁ ପ୍ରାୟ ୩ କିମି ଦୂର ଅନନ୍ତପୁର ଯାଏ ଯୁବକ ଜଣକ ଭାସିଯାଇଥିଲେ । ସେଠାରେ ଏକ ଟାପୁ ଥିବାରୁ ଲାଗିଥିଲେ ।

ଦୁଇ ମୁଠା ଦାନା ପାଇଁ ଏ କି ଦୁଃଖ; ଦେଖନ୍ତୁ ବ୍ୟକ୍ତି ଜଣଙ୍କ ସଂଘର୍ଷର ଭିଡିଓ

- Advertisement -

ସୌଭାଗ୍ୟ ବସତଃ ଯୁବକ ଜଣକ ଏତେ ଦୂର ଭାସିଯାଇଥିଲେ ମଧ୍ୟ ତାଙ୍କର କୌଣସି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଯୁବକଙ୍କ ନାଁ ଜଣାପଡ଼ିନଥିବା ବେ​‌ଳେ ସେ ନକଟସ୍ଥ ନୂଆଗଡ଼ ଗାଁର ବୋଲି କୁହାଯାଉଛି । ସେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories