www.samajalive.in
Wednesday, December 10, 2025
23.1 C
Bhubaneswar

ହନୁମାନ ମୁଦ୍ରା ବିକ୍ରି ଉଦ୍ୟମ ବେଳେ ଅଭିଯୁକ୍ତ ଗିରଫ; ୨ଟି ମୁଦ୍ରା ଜବତ

ଦେବଗଡ଼: ଦେବଗଡ ଜିଲାରେ ଗୋଟିଏ ପରେ ଗୋଟିଏ ହନୁମାନ ମୁଦ୍ରା ଜବତ ହେଉଛି । ଏହା ସତ୍ୱେ ବେଆଇନ ହନୁମାନ ମୁଦ୍ରା କାରବାର ଥମିବାର ନାଁ ନେଉନାହିଁ । ଏହି କ୍ରମରେ ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ୨ ଗୋଟି ହନୁମାନ ମୁଦ୍ରା ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ଦେବଗଡ ଜିଲା ପୁଲିସର ସ୍ୱତନ୍ତ୍ୱ ସ୍କ୍ୱାର୍ଡ ଦ୍ୱାରା ଧରାପଡିଥିବା ଜଣାପଡିଛି । ଗତକାଲି ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ଏସ୍‌.ପି. ଶ୍ରୀ ରଥଙ୍କ ସୂଚନା ଅନୁଯାୟୀ ରିଆମାଳ ଥାନା ହରିହରପୁର ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ନିଜ ପାଖରେ ରଖିଥିବା ୨ଗୋଟି ହନୁମାନ ମୁଦ୍ରା ବିକ୍ରି ପାଇଁ ନିକଟସ୍ଥ କତ୍ରାପାଲି ଛକ ଅଂଚଳରେ ଗ୍ରାହକ ଖୋଜୁଥିଲା ।

ମହିଳାଙ୍କ କାନରେ ପଶିଛି ସାପ; ଦେଖନ୍ତୁ ଏହି ଭିଡିଓ

- Advertisement -

ଏ ସମ୍ପର୍କରେ ସୂଚନା ପାଇ ଦେବଗଡ ଜିଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଛଦ୍ମ ବେଶରେ ଗ୍ରାହକ ସାଜି ସେଠାରେ ପହଂଚିବା ସହ  ଉକ୍ତ ହନୁମାନ ମୁଦ୍ରା କିଣାବିକା ପାଇଁ ମୂଲଚାଲ କରିଥିଲା । ୫ଲକ୍ଷ ଟଙ୍କାରେ ଡିଲ(ମୂଲଚାଲ) ଚୂଡାନ୍ତ ହେବାପରେ ପୁଲିସ ସ୍କ୍ୱାର୍ଡ ବିକ୍ରେତା ଯୋଗୀନ୍ଦ୍ର ଉପରେ ମାଡିବସିବା ସହ ତା’ ନିକଟରୁ ୨ଟି ଯାକ ମୁଦ୍ରା ଜବତ କରିଥିଲା । ସେହିପରି ରିଆମଳ ଥାନାକୁ ଆଣି ପଚରାଉଚରା କରିଥିଲା । ଯୋଗୀନ୍ଦ୍ର ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ଋଜୁ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ  ଏହି କାର୍ଯ୍ୟରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଯୋଗୀନ୍ଦ୍ର ଉପରୋକ୍ତ ହନୁମାନ ମୁଦ୍ରା  କେଉଁଠୁ ସଂଗ୍ରହ କରିଥିଲା ସେ ନେଇ ଅଧିକ ଖୋଲତାଡ କରୁଥିବା ଏସ୍‌.ପି. ଶ୍ରୀ ରଥ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ. ପ୍ରତ୍ୟୁଷ ମହାପାତ୍ର ଓ ରିଆମାଳ ଥାନା ଅଧିକାରୀଣି ଲଳିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories