ବିନିକା ସହର ବ୍ୟସ୍ତବହୁଳ ସଂକୀର୍ଣ୍ଣ ରାସ୍ତାରେ ଅଣାୟତ୍ତ ହେଉଛି ଟ୍ରାଫିକ ସମସ୍ୟା : ଭିଡ ଏତେ ଯେ ଡାକ୍ତରଖାନାକୁ ଆସୁଥିବା ରୋଗୀ ବି ଦୀର୍ଘ ସମୟ ଧରି ହେଉଛନ୍ତି ହନ୍ତସନ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ବ୍ୟସ୍ତବହୁଳ ବିନିକା ସହରରେ ବାରମ୍ବାର ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ଅବସ୍ଥା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିନିକା ସହର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବେଳେ ଏଠିକାର ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ପଡ଼ିଥିବା ପରିଲକ୍ଷିତ ହୋଇଛି। ରାସ୍ତାରେ ବିଭିନ୍ନ ପଟରୁ ଏକା ଥରକେ ଶତାଧିକ ସଂଖ୍ୟାରେ ଯାନବାହାନ ଆସି ସହର ଭିତରକୁ ପ୍ରବେଶ କରିବା ପରେ ପ୍ରମୁଖ ଛକ ଗୁଡିକରେ ଏକା ଥରକେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଏଥିଯୋଗୁଁ ବିନିକା ସହର ସ୍ଥିତ ନୂଆବଜାର ଅଞ୍ଚଳ ରାସ୍ତାରେ ପ୍ରଥମେ ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ପରେ ନୂଆ ବସଷ୍ଟାଣ୍ଡରୁ ଥାନା ଛକ ଏବଂ ସେଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଆଜି ପ୍ରବଳ ଯାନବାହାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।

prayash

ସେହି ସମୟରେ ରାସ୍ତାରେ ଯାଉଥିବା ଲୋକେ ଯାନବାହାନ ପ୍ରବଳ ଭିଡ଼ ଯୋଗୁଁ ଆଗକୁ ଯାଇ ନପାରି ନଥିଲେ । ମୁଖ୍ୟ ରାସ୍ତାର ଥାନା ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଲୋକେ କୌଣସି ପଟକୁ ଆଗକୁ ବଢ଼ିପାରି ନଥିଲେ। ଶତାଧିକ ଯାନବାହନ ସହର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଅଟକି ରହିବା ଦ୍ବାରା ଏପରି ସ୍ଥିତିରେ ସମସ୍ତେ ଟ୍ରାଫିକ ସମସ୍ୟା ଯୋଗୁଁ ଏକ ପ୍ରକାର ଅଣାୟତ୍ତ ପରିସ୍ଥିତିରେ ପଡ଼ି ଯାଇଥିଲେ। ତେବେ ବିନିକା ସହର ମୁଖ୍ୟ ରାସ୍ତାଦେଇ ତମାମ ରାଜ୍ୟ ତଥା ବାହାର ରାଜ୍ୟରୁ ଏଠାକୁ ଦୈନନ୍ଦିନ ବିଭିନ୍ନ ରାସ୍ତାରେ ପ୍ରବେଶ ଅନ୍ୟାନ୍ୟ ସ୍ଥାନକୁ ସୋନପୁର ସହର ଉପକଣ୍ଠ ଅର୍ଜୁନପୁର ଛକରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ମିସୁଥିବାରୁ ଏହିରାସ୍ତାରେ ଯାନବାହାନ ପ୍ରବଳ ଭିଡ଼ ଲାଗି ରହୁଛି।

ସେହିପରି ବିନିକା ସହର ଭିତରେ ପ୍ରବେଶ କରି ବିଭିନ୍ନ ସ୍ଥାନରୁ ଆସୁଥିବା ଦୈନିକ ଶତାଧିକ ଯାନବାହନ ଚଳାଚଳ କରିଥିଲେ ମଧ୍ୟ ସୁଗମ ଓ ପ୍ରସସ୍ତ ରାସ୍ତା ତିଆରି କରିବାରେ ଦୀର୍ଘବର୍ଷ ଧରି ବିଭାଗୀୟ କତ୍ତୃପକ୍ଷଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଆଜିର ଦିନରେ ବିନିକା ସହରରେ ବାରମ୍ବାର ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ୁଥିବା ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କିଛି ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ଦେଇ ଅଣ ଓସାରିଆ ସଂକୀର୍ଣ୍ଣ ରାସ୍ତାରେ ଦୈନନ୍ଦିନ ପ୍ରବଳ ଯାନବାହାନ ଚଳାଚଳ କରୁଥିବା ବେଳେ ବିଭାଗ ପକ୍ଷରୁ ଏତେଦିନ ଧରି ସୁଗମରାସ୍ତା ତିଆରି କରିବା ଲାଗି କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆଜିର ଦିନରେ ବିନିକା ସହରରେ ପ୍ରତ୍ୟହ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ପଡ଼ୁଥିବା କୁହା ଯାଉଛି। ତେଣୁ ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।

Comments are closed.