www.samajalive.in
Saturday, December 13, 2025
15.1 C
Bhubaneswar

ଗୁଳି ମାଡ଼ରେ ମୃତ୍ୟୁ ଘଟଣା -ତୁରୁମୁଙ୍ଗା ଥାନାରେ ମାମଲା ରୁଜୁ, ଦୁଇ ଅଟକ

ପାଟଣା – ସୋମବାର ଘଟିଥିବା ଗୁଳି ମାଡ଼ରେ ମୃତ୍ୟୁ ଘଟଣାରେ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୃତ ଯୁବକର ଶବ ବ୍ୟବଚ୍ଛେଦ କରାଇବା ପରେ ଆଜି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାରେ ମୃତକର ଦୁଇ ଜଣ ସାଥିଙ୍କୁ ଅଟକ ରଖି ତଦନ୍ତ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ପୁଲିସ ଅନୁଧ୍ୟାନ କରୁଛି। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ନହେବା ପାଇଁ ଅଟକ ଯୁବକ ଦୁଇ ଜଣଙ୍କର ନାମ ଗୋପନ ରଖାଯାଇଛି। ଗତକାଲି ମୃତ ଯୁବକ ଝାଡଖଣ୍ଡ ଜୟନ୍ତୀଗଡ ନିକଟ ଛଣପଦା ଗ୍ରାମର ମୃତ୍ୟୁଞ୍ଜୟ ବେହେରା (୨୬)ଙ୍କ ସହ ଅଟକ ଥିବା ଯୁବକ ଦୁଇ ଜଣ ତୁରୁମୁଙ୍ଗାର ଜଗନ୍ନାଥ ଢ଼ାବାରେ ଖାଇବା ପାଇଁ ବସିଥିଲେ ।

ସ୍କର୍ପିଓ ଆସିଥିବା କିଛି ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଫୋନ କରି ବାହାରକୁ ଡାକିଥିଲେ । ମୃତ୍ୟୁଞ୍ଜୟ ବାହାରକୁ ଆସିବା ପରେ ସେଠାରୁ ତାଙ୍କୁ ନେଇ ଆସି ତୁରୁମୁଙ୍ଗା ବୈତରଣୀ ସେତୁ ନିକଟ ଧକୋଟା ସାନ ପୋଲ ନିକଟରେ ତାଙ୍କୁ ଗୁଳି ମାରି ରାସ୍ତା ଉପରେ ପକାଇ ଫେରାର ହୋଇ ଯାଇଥିଲେ। ମୃତ୍ୟୁଞ୍ଜୟ ନଫେରିବାରୁ ଢ଼ାବାରେ ଖାଉଥିବା ତାଙ୍କ ସାଥି ଯୁବକ ତାଙ୍କୁ ଖୋଜିବାକୁ ଯାଇ ରାସ୍ତାରେ ମୃତ୍ୟୁଞ୍ଜୟଙ୍କ ଶବକୁ ପାଇଥିଲେ ।

- Advertisement -

ତାଙ୍କ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁଞ୍ଜୟଙ୍କୁ ଭଣ୍ଡା ଡାକ୍ତରଖାନାକୁ ସେମାନେ ନେଇଥିବା ବେଳେ ମୃତ୍ୟୁ ଘଟଣା ନିଶ୍ଚିତ ହେବା ପରେ ସଂପୃକ୍ତ ଯୁବକ ଦୁଇ ଜଣ ବସ ଯୋଗେ ଫେରାର ହୋଇ ଯିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ପୁଲିସ ଅଟକ ରଖି ଗୁଳି ମାଡ଼ ଘଟଣାରେ କେଉଁ ମାନେ ସଂପୃକ୍ତ ଓ କିଏ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା, ଘଟଣା ରେ ଅନ୍ୟ କେତେକ ଜଣ ସଂପୃକ୍ତ ରହିଛନ୍ତି ଏହାର ସମସ୍ତ ଦିଗ ଉପରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ତଦନ୍ତ ପ୍ରକ୍ରିୟାକୁ ବଢାଇବା ସହ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି ପୁଲିସ। ଏନେଇ ତୁରୁମୁଙ୍ଗା ଥାନା ରେ ୧୩୯/୨୨ ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories