www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପାଟଣା – ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର ବୁଦ୍ଧଦେବ ମହାନ୍ତ (୫୨)ଙ୍କ ର ସୋମବାର ରାତିରେ ମୃତ୍ୟୁ ହୋଇଛି । ଗତ ମାସ ୪ତାରିଖରେ ଢେଙ୍କିକୋଟ ଜଗନ୍ନାଥ ମନ୍ଦିର ନିକଟରେ ଢେଙ୍କିକୋଟ- ବାରହାଟିପୁରା ରାସ୍ତାରେ ସେ ସଡକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ତେବେ କଟକ ବଡ଼ ଡ଼ାକ୍ତରଖାନା ତାଙ୍କୁ ଚିକିତ୍ସା କରି ଘରକୁ ପଠାଇଥିଲେ। ଗତ କାଲି ତାଙ୍କ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ସମୟରେ ସେ ପ୍ରାଣ ହରାଇଛନ୍ତି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ଆଜି ମୃତକଙ୍କର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories