www.samajalive.in
Monday, December 8, 2025
13.1 C
Bhubaneswar

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଗ୍ରାମପଞ୍ଚାୟତରେ ଆଜି ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ୍ ଉନ୍ନୟନ ଅଧିକାରୀ କୃଷ୍ନଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳ ରୁ ୧୩୩ ଟି ଜନ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୧୧୭ଟି ବ୍ୟକ୍ତିଗତ ସମସ୍ୟା ଉପରେ ଅଧାରିତ ଅଭିଯୋଗ ଏବଂ ୧୬ଟି ଜନସମସ୍ୟା ସମ୍ବଳିତ ଅଭିଯୋଗ ଥିଲା। ଶିବିରରେ ୧୩ଟି ବ୍ୟକ୍ତିଗତ ଏବଂ ୨ଟି ସାମୁହିକ ଅଭିଯୋଗ ର ସମଧାନ କରାଯାଇଥିଲା। ୩ଜଣଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଶିବିରକୁ ବିଭିନ୍ନ ଗ୍ରାମରୁ ଆସିଥିବା ୨୧ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା। ବିଡିଓ ଶ୍ରୀ ଦଳପତିଙ୍କ ବ୍ୟତୀତ ରେଙ୍ଗାଲି ତହସିଲଦାର ବେର୍ସିଅସ୍ ଡୁଙ୍ଗଡୁଙ୍ଗ୍, ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଆଶିଷ ମାଝି, ଭାରପ୍ରାପ୍ତ ଏବିଡିଓ ଜ୍ୟୋତିରଞ୍ଜନ ଦାସଙ୍କ ସମେତ ବିଭିନ୍ନ ବିଭାଗର ବ୍ଳକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଲଇଡା,ରେଙ୍ଗାଲୋଇ ଏବଂ କିନାଲୋଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ଶିବିର ରେ ଉପସ୍ଥିତ ଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories