www.samajalive.in
Monday, December 8, 2025
27.1 C
Bhubaneswar

ଶିକ୍ଷକଙ୍କ ବଦଳି ଆଦେଶ ବିରୋଧରେ ଧାରଣା ଦେଲେ ଗ୍ରାମବାସୀ

ସାକ୍ଷୀଗୋପାଳ – ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧର ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ଆନନ୍ଦାନନ୍ଦ ସାମନ୍ତରାୟଙ୍କର ସୋମବାରରେ ବଳରାମ ପୁର ଗଡ଼ ବିଦ୍ୟାଳୟକୁ ବଦଳି ଆଦେଶ ପ୍ରକାଶିତ ହୋଇଥିଲା l

ଏହି ବଦଳି ବାତିଲ ଦାବୀ କରି ଗ୍ରାମବାସୀ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଗଣଧାରଣା ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ନାୟକ, ଶିକ୍ଷକ ନୀଳକଣ୍ଠ ପ୍ରଧାନ ଓ ଶିକ୍ଷୟିତ୍ରୀ ବିନୋଦିନୀ ଶତପଥି ପ୍ରମୁଖ ବିଦ୍ୟାଳୟ ପରିସରରେ ଅଟକି ରହିଥିଲେ l ଫାଟକ ବନ୍ଦ ଥିବାରୁ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମାନେ ଫେରି ଯାଇଥିଲେ l

- Advertisement -

ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ସତ୍ୟବାଦୀ ବ୍ଲକ ସହ ଶିକ୍ଷାଧିକାରୀ ପ୍ରଭାସ ଚନ୍ଦ୍ର କରଣ, ସି ଆର ସି ସି କୈଳାଶ ଚନ୍ଦ୍ର ତ୍ରିପାଠୀ ଓ ବିଦ୍ୟାଧର ପୁର ପଞ୍ଚାୟତ ଦୁଃଶାସନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l

ଆଲୋଚନା ପରେ ସହ ଶିକ୍ଷାଧିକାରୀ ପ୍ରଭାସ ଚନ୍ଦ୍ର କରଣ ବଦଳି ହୋଇଥିବା ବିଜ୍ଞାନ ଶିକ୍ଷକ ଆନନ୍ଦାନନ୍ଦ ସାମନ୍ତରାୟଙ୍କ ବଦଳି ବାତିଲ କରାଯିବ ବୋଲି ଘୋଷଣା କରିଥିଲେ l ଏହାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା l

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories