www.samajalive.in
Friday, December 12, 2025
16.1 C
Bhubaneswar

ମହୁମାଛି ଆକ୍ରମଣରେ ୫ ବର୍ଷର ଶିଶୁ ମୃତ – ୭ ଆହତ

ମୋହନା – ଅଡବା ଥାନା ଅନ୍ତର୍ଗତ ପାଲଡା ଗାଁ ନିକଟସ୍ଥ ଜଙ୍ଗଲରେ ମହୁମାଛି ଆକ୍ରମଣରେ ଜଣେ ୫ ବର୍ଷର ଶିଶୁପୁତ୍ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଘୁଆ ମହୁମାଛି ଆକ୍ରମଣରେ ୭ ଜଣ ଆହତ ହୋଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ପାଲଡା ଗାଁର ରବିଶଙ୍କର ମଲ୍ଲିକ ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ୩ ପୁଅଙ୍କୁ ଧରି ଯାଇଥିଲେ। ହଠାତ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା । ମହୁମାଛିର ଆକ୍ରମଣରେ ସମସ୍ତେ ଭୟଭୀତ ହୋଇପଡିଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରବିଙ୍କ ସ୍ତ୍ରୀ ରଞ୍ଜତା ମଲ୍ଲିକ ଓ ଗ୍ରାମବାସୀ ଦୌଡି ଆସିଥିଲେ। ସେମାନେ ମଧ୍ୟ ମହୁମାଛିର ଶୀକାର ହୋଇଥିଲେ।

- Advertisement -

ମହୁମାଛିର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କେହି ମଧ୍ୟ ବର୍ତ୍ତୀ ନଥିଲେ। ସେଠାରୁ ସମସ୍ତେ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିବା ପୂର୍ବରୁ ହିଁ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା। ୩ ବର୍ଷର ଜଣେ ଶିଶୁ ଗୁରୁତର ଥିଲା କିନ୍ତୁ ସମସ୍ତ ଆହତ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଆସି ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories