www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରଭୁ ଶିବଶଙ୍କର ଦୂର କରନ୍ତି ଅନେକ ସମସ୍ୟା

ଭଗବାନ ଶିବଶଙ୍କରଙ୍କ କୃପା ଶୀଘ୍ର ପାଇବାକୁ ଚାହୁଁଥିଲେ ତାଙ୍କ ଲିଙ୍ଗ ସ୍ୱରୂପକୁ ସଠିକ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।
ଆୟୁ ବୃଦ୍ଧି ପାଇଁ ଗାଈ ଘିଅ ଅର୍ପଣ କରନ୍ତୁ।
ବାହନ ସୁଖ ପାଇଁ ମଲ୍ଲୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଶିବ ମନ୍ଦିରରେ ଗାଈ ଘିଅରେ ଦୀପ ଲଗାନ୍ତୁ।
ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
କେସର ମିଶ୍ରିତ ଜଳ ଅର୍ପଣ କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଜୀବନ ସୁଖମୟ ହୋଇଥାଏ।
ଶନିଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରାଶି ଅର୍ପଣ କରନ୍ତୁ।
ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ଘର ଓ ସନ୍ତାନ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
ଧନ ପ୍ରାପ୍ତି ପାଇଁ ଖିରୀରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories