www.samajalive.in
Saturday, December 13, 2025
18.1 C
Bhubaneswar

ସହଜ ଉପାୟରେ ୭ଦିନରେ ଚମକିବ ତ୍ୱଚା

ତ୍ୱଚା ପାଇଁ ସଭିଏଁ ବିଶେଷ କରି ଯୁବତୀ ବିଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଏହାସହ ଅନ୍ୟାନ୍ୟ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତ୍ୱଚାକୁ ଚମକାଇବା, ଗୋରା ,ଉଜ୍ଜ୍ୱଳ ଓ କୋମଳ କରିବା ପାଇଁ ଏକ ସପ୍ତାହ ପାଇଁ ୭ଟି ଫେସ୍‍ ପ୍ୟାକ୍‍ ବିଷୟରେ ଜାଣନ୍ତୁ..

ସପ୍ତାହର ଆରମ୍ଭ ମହୁ ଓ ଲେମ୍ବୁ ରସରୁ ଆରମ୍ଭ କରନ୍ତୁ। ଲେମ୍ବୁ ଓ ମହୁ ମିଶାଇ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖି ଧୋଇ ଦିଅନ୍ତୁ।

- Advertisement -

୨ୟ ଦିନରେ ଷ୍ଟ୍ରବେରୀ ଫେସ୍‍ ପ୍ୟାକ୍‍ ବ୍ୟବହାର କରନ୍ତୁ। ୪ ରୁ ୫ଟି ଷ୍ଟ୍ରବେରୀ ନେଇ ଏହାକୁ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ।

୩ୟ ଦିନରେ ଏଲୋବେରା ଜେଲ୍‍ ଓ ୧ ଚାମଚ କାକୁଡି ରସ ମିଶାଇ ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ।
ସୁନେଲି ରଙ୍ଗର ତ୍ୱଚା ପାଇଁ ବେସନ ଖୁବ ଉପକାରୀ। ବେସନରେ ଅଳ୍ପ କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।

ଏ କ’ଣ ଧୂଆଁ ନା ଆଉ କିଛି ; ଦେଖନ୍ତୁ ଭିଡିଓ
୫ମରେ ମୁଲାତାନୀ ମାଟି ଓ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିବା ପରେ ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ପାଇଁ ଖୁବ ଉପକାରୀ।

ହଳଦୀ ଓ କ୍ଷୀରକୁ ମିଶାଇ ଏହାକୁ ୧୦ ମିନିଟ ଯାଏଁ ମୁହଁରେ ଲଗାଇ କରି ଶୁଖିବା ପରେ ଧୋଇ ଦିଅନ୍ତୁ। ମୁହଁ ଖୁବ ସୁନ୍ଦର ଓ ଉଜ୍ଜ୍ୱଳ ହୋଇଥାଏ।

କ୍ଷୀର ଓ ମହୁ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories