www.samajalive.in
Sunday, December 14, 2025
16.1 C
Bhubaneswar

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ପାଟଣା – ପାଟଣା ବ୍ଲକ ର ୩ଟି ପରୀକ୍ଷା କେନ୍ଦ୍ର ରେ ଗତକାଲି ଓ ଆଜି ପଞ୍ଚମ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରାକ ମାଟ୍ରିକ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ସହ ଶିକ୍ଷାଅଧିକାରୀ ଗୌରାଙ୍ଗ ଚରଣ ଖିଲାର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପଞ୍ଚମ ଶ୍ରେଣୀ ପାଇଁ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ୯୮ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୮୫ ଜଣ ପରୀକ୍ଷା ଦେଇଥିଲେ ଓ ୧୩ ଜଣ ଅନୁପସ୍ଥିତ ଥିଲେ।ସେହିପରି କେନ୍ଦେଇପଶି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ୭୮ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୭୨ ଜଣ ପରୀକ୍ଷା ଦେଇଥିଲେ ଓ ୬ ଜଣ ଅନୁପସ୍ଥିତ ଥିଲେ।ଅନ୍ୟ ପକ୍ଷରେ ତୁରୁମୁଙ୍ଗା ଦଧିବାମାନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ୯୪ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୯୦ ଜଣ ପରୀକ୍ଷା ଦେଇଥିବା ବେଳେ ୪ ଜଣ ଅନୁପସ୍ଥିତ ଥିଲେ।ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ପାଟଣା ପରୀକ୍ଷା କେନ୍ଦ୍ର ରେ ୧୦୮ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ9 ୯୬ ଜଣ ପରୀକ୍ଷା ଦେଇଥିଲେ ଓ ୧୨ଜଣ ଅନୁପସ୍ଥିତ ଥିଲେ।କେନ୍ଦେଇପଶି ପରୀକ୍ଷା କେନ୍ଦ୍ର ରେ ୭୬ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୭୩ ଜଣ ପରୀକ୍ଷା ଦେଇଥିଲେ।ଅନ୍ୟ ପକ୍ଷରେ ତୁରୁମୁଙ୍ଗା ପରୀକ୍ଷା କେନ୍ଦ୍ର ରେ ୧୦୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୯୮ ଜଣ ପରୀକ୍ଷା ଦେଇଥିଲେ ଓ ୫ ଜଣ ଅନୁପସ୍ଥିତ ଥିଲେ।ପାଟଣା ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ କ୍ଷେତ୍ରମୋହନ ମହାନ୍ତ, କେନ୍ଦେଇପଶି ପରୀକ୍ଷା ପରିଚାଳକ ଭାବେ କପିଳ ଚନ୍ଦ୍ର ଦାସ,ଓ ତୁରୁମୁଙ୍ଗା ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ତ୍ରିଲୋଚନ ମହାନ୍ତ ପ୍ରମୁଖ ପରୀକ୍ଷା ପାଇଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories