www.samajalive.in
Sunday, December 14, 2025
26.1 C
Bhubaneswar

କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାରୀ ସ୍ୱାମୀ ଓ ସାଙ୍ଗ କୋର୍ଟ ଚାଲାଣ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅର୍ନ୍ତଗତ ସୀତାପୁର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଗତ ମଙ୍ଗଳବାର ଦିନ ବାଉଁଶୁଣୀ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଘଟଣାର ତଦନ୍ତ ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ପୋଲିସ ଜାଣିପାରିଥିଲା। ଏନେଇ ପୋଲିସ ବାଉଁଶୁଣୀ ଥାନା କେସ ନଂ ୮୨/୨୨ରେ ହତ୍ୟା ମାମଲା ରୁଜୁ କରିଥିଲା। ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା।

ମୃତଦେହ ନିକଟରୁ ରେଢାଖୋଲ ଡାକ୍ତରଖାନାର ଓପିଡି ଟିକେଟ ଦୁଇଟି ପାଇବା ସହ ଓପିଡି ଟିକେଟରେ ତୁଳସୀ ନାଏକ ଏବଂ ଶୁକ ଲୁହା ଗ୍ରାମ ଘୁସୁରୁମାଲ ଲେଖା ହୋଇଥିଲା। ଏଥିସହିତ ଏକ ୮ କିଲୋର ପଥର ଓ ମହିଳାଙ୍କ ପିନ୍ଧା ବସ୍ତ୍ର ଜବତ କରିବା ପରେ ପୋଲିସ ତଦନ୍ତ ଜୋରସୋର ଆରମ୍ଭ କରିଥିଲା। ତଦନ୍ତ ସମୟରେ ମହିଳା ଜଣକ ୨୦ରୁ ୨୫ ବର୍ଷ ବୟସର ଏବଂ ତାଙ୍କ ନାମ ସୁକାନ୍ତି ଓରଫ ଶୁକ ଲୁହା, ରେଢାଖୋଲ ଥାନା ଅନ୍ତର୍ଗତ ଘୁସରମାଲ ଗ୍ରାମର ବୋଲି ତଦନ୍ତ ସମୟରେ ଜଣାପଡ଼ିଥିଲା। ମହିଳା ଜଣକ ଅନୁଗୋଳ ଜିଲା କିେଶୋର ନଗର ଥାନାର ବାଇଜ ଗ୍ରାମର ନିର୍ମଳ ଲୁହାଙ୍କୁ (୩୫) ୫ ବର୍ଷ ତଳେ ବିବାହ କରିଥିଲା। କୌଣସି କାରଣରୁ ସୁକାନ୍ତି ଲୁହା ଏକ ବର୍ଷ ହେବ ସ୍ୱାମୀ ନିର୍ମଳ ଲୁହା ଠାରୁ ଅଲଗା ହୋଇ ନିଜ ଭଉଣୀ ପାଖରେ ଘୁସରମାଲ ଠାରେ ରହି ଆସୁଥିଲା। ସ୍ୱାମୀ ନିର୍ମଳ ନିଜ ଗ୍ରାମରେ ରହୁଥିବା ବେଳେ ସ୍ତ୍ରୀ ସୁକାନ୍ତିର ଚରିତ୍ର ପ୍ରତି ସନ୍ଦେହ ହୋଇଥିଲା। ଏନେଇ ସ୍ୱାମୀ ନିର୍ମଳ ସ୍ତ୍ରୀ ସୁକାନ୍ତିକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିବା ସହ ନିଜ ସାଙ୍ଗ ସମ୍ବଲପୁର ଜିଲା ନାକଟିଦେଉଳ ଥାନାର କୁଞ୍ଜମରା ଗ୍ରାମର ରମାକାନ୍ତ ନାଏକ (୩୦) ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା।

- Advertisement -

ଯୋଜନା ଅନୁଯାୟୀ ଗତ ୨.୯.୨୦୨୨ ତାରିଖରେ ନିର୍ମଳ ଓ ସାଙ୍ଗ ରମାକାନ୍ତ ସୁକାନ୍ତିଙ୍କୁ ଡାକି ବୌଦ୍ଧ ଆଣିଥିଲେ। ସ୍ୱାମୀ ନିର୍ମଳ ଓ ସାଙ୍ଗ ରମାକାନ୍ତ ସୁକାନ୍ତିକୁ ଏକ ଓଢଣି ସାହାଯ୍ୟରେ ବେକକୁ ଗୁଡାଇ ମାରିଥିଲେ। ହତ୍ୟାରୁ ବଂଚିବା ପାଇଁ ଏକ ପଥରକୁ ଓଢଣି ସାହାଯ୍ୟରେ ବେକରେ ବାନ୍ଧି କୂଅରେ ପକାଇ ଦେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ନିର୍ମଳକୁ କିଶୋରନଗର ଥାନା ଅଞ୍ଚଳରୁ ଓ ସହଯୋଗୀ ରମାକାନ୍ତ ନାଏକକୁ ନାକଟିଦେଉଳ ଥାନା ଅଞ୍ଚଳରୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories