www.samajalive.in
Saturday, December 6, 2025
23.1 C
Bhubaneswar

ତୁଳା ପରି ନରମ ରୁଟି ପାଇଁ କିଛି ସରଳ ଉପାୟ

ରୁଟିକୁ ଅଧିକ ନରମ ଓ ସମ୍ପୂର୍ଣ୍ଣ ଫୁଲିବା ପାଇଁ ବହୁ ଲୋକେ ଏହାକୁ ୩୦ ମିନିଟ ପାଖାପାଖି ଦଳି ଚକଟା ପ୍ରସ୍ତୁତ କରନ୍ତି। କେହି କେହି ଅଟା ଚକଟିବା ସମୟରେ ଘିଅ କିମ୍ବା ତେଲ ମଧ୍ୟ ମିଶାଇ ଥାଆନ୍ତି। ମାତ୍ର ଏସବୁ ଉପାୟ ବ୍ୟତୀତ କିଛି ଉପାୟ ଦ୍ୱାରା ଆପଣ ଅଟା ଦଳାକୁ ଖୁବ ନରମ କରିପାରିବେ। ଜାଣନ୍ତୁ ଏହା ପାଇଁ କେଉଁ ଟିପ୍ସ ଆପଣେଇବାକୁ ପଡ଼ିଥାଏ..
୨କପ ଅଟା ପାଇଁ ୨କପ ପାଣି ନିଅନ୍ତୁ। ଅଟା ଦଳିବା ସମୟରେ ଏକତ୍ର ସବୁ ପାଣି ପକାନ୍ତୁ ନାହିଁ।
ଅଟାରେ ଅଳ୍ପ ଅଳ୍ପ ପାଣି ପକାଇ ଏହାକୁ ଗୋଳାଇବା ଭଳି ଧିରେ ଧିରେ ଚକଟନ୍ତୁ।
ଚକଟା ହୋଇ ଆସିବା ବେଳକୁ ପାଣିର ମାତ୍ରା କମ କରିଦିଅନ୍ତୁ। ୫ ମିନିଟ ମଧ୍ୟରେ ଦଳା ପ୍ରସ୍ତୁତ ହୋଇଯିବ।
ଆଙ୍ଗୁଠି ସାହାଯ୍ୟରେ କିଛି ସମୟ ଏହି ଦଳାକୁ ଦାବି ଦିଅନ୍ତୁ।
ମୁଁ ଆଉ ଚାଲି ପାରିବି ନାହିଁ; ଦେଖନ୍ତୁ ଭିଡିଓ
ଏହାପରେ ଅଳ୍ପ ପାଣି ଅଟାଦଳା ଚାରିଆଡ଼େ ଛିଞ୍ଚି ଦିଅନ୍ତୁ।
ଏହି ଚକଟା ଅଟା ଉପରେ ଆଉ ଏକ ଥାଳି ପକାଇ ଘୋଡ଼ାଇ୫ ମିନିଟ ରଖି ଦିଅନ୍ତୁ।
ଏବେ ପୁଣି ଅଟାକୁ ଆଉ ଥରେ ଭଲ ଭାବେ ଦଳି ଦିଅନ୍ତୁ।
ଏପରି ଭାବେ ଅଟା ଚକଟା ପ୍ରସ୍ତୁତ କଲେ ରୁଟି ଖୁବ ନରମ ଓ ସ୍ୱାଦିଷ୍ଟ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories