www.samajalive.in
Sunday, December 7, 2025
14.1 C
Bhubaneswar

ଏଥର ଦୀପାବଳିରେ ସମସ୍ତଙ୍କ କର୍ମର ହିସାବ କରିବେ ଅଜୟ

ମୁମ୍ବାଇ: ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପଇେଁ ଖୁସି ଖବର। ନିଜ ପ୍ରିୟ ତାରକାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ସେମାନଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବଶ୍ରୀଘ୍ର ସମସ୍ତଙ୍କ କର୍ମର ହିସାବ କିତାବ କରିବାକୁ ଆସୁଛନ୍ତି ଅଜୟ। କାରଣ ଏଥର ସେ ଚିତ୍ରଗୁପ୍ତ ସାଜି​‌ବେ। ଅଜୟ ଟ୍ବିଟ୍‌ କରି ନିଜ ଆଗାମୀ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଛନ୍ତି।  ​‌

ଅଜୟଙ୍କ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ଼୍‌’ର ପୋଷ୍ଟର ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହ ମଧ୍ୟ ନଜର ଆସିବେ। ଫିଲ୍ମର କଳାକାର ଟ୍ବିଟ୍‌ କରି ପୋଷ୍ଟର ସହ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅଜୟ ଦେବଗନ ଏକ ସିଂହାସନ ଉପରେ ବସିଥିବା ନଜର ଆସିଛନ୍ତି। କଳା ସୁଟ୍‌ ଓ ଚଷମାରେ ଅଜୟ ଆକର୍ଷଣୀୟ ଲାଗୁଥିବା ବେଳେ ତାଙ୍କ ମୁହଁରେ କମେଡ଼ିର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି।

- Advertisement -


ଅଜୟ ଟ୍ବିଟ୍‌ କରି ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ବିଷୟରେ ମଧ୍ୟ କହିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହା ଟ୍ରେଲର ରିଲିଜ୍‌ ହେବ। ଅଜୟ ଲେଖିଛନ୍ତି, ‘‘ଏହି ଦୀପାବଳିରେ, ଆପଣଙ୍କ ପରିବାର ଓ ଆପଣଙ୍କ ସହ ଏକ ଖେଳିବାକୁ ଆସୁଛନ୍ତି ଚିତ୍ରଗୁପ୍ତ। ‘ଥ୍ୟାଙ୍କ୍‌ ଗଡ଼୍‌’ ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବ। ୨୫ ଅକ୍ଟୋବରରେ ପେକ୍ଷାଳୟକୁ ଆସିବ।’’

ଅପରପକ୍ଷେ, ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଫିଲ୍ମର ପୋଷ୍ଟର ଟ୍ବିଟ୍‌ କରିଛନ୍ତି। ଏଥିରେ ତାଙ୍କ ପ୍ରଥମ ଲୁକ୍‌ ଦେଖିବାକୁ ମିଳିଛି। ସେ ଲେଖିଛନ୍ତି, ‘‘ଏହି ଦୀପାବଳିରେ ହେବ ସମସ୍ତଙ୍କ କର୍ମର ହିସାବ। ଜୀବନ ଖେଳରେ ଯେତେବେଳେ ଜଣେ ସାଧାରଣ ମଣିଷ ଚିତ୍ରଗୁପ୍ତଙ୍କୁ ସାମ୍ନା କରେ!’’


‘ଥ୍ୟାଙ୍କ୍‌ ଗଡ଼୍‌’ ଏକ କମେଡ଼ି ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଇନ୍ଦ୍ର କୁମାରଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଦୀପାବଳି ଅବସରରେ ଅର୍ଥାତ୍‌ ଅକ୍ଟୋବର ୨୫ରେ ମୁକ୍ତିଲାଭ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories