www.samajalive.in
Saturday, December 6, 2025
26.1 C
Bhubaneswar

ସାହସୀ ଝିଅ ; ବାପା ଜୀବନ ରକ୍ଷା ପାଇଁ ଭାଲୁ ସହ ୮ ମିିନିଟ୍‍ ଲଢିଲା

ସିରୋହୀ : ରାଜସ୍ଥାନର ସିରୋହୀ ଜିଲାରେ ଜଣେ ଝିଅ ନିଜ ବାପାକୁ ବଞ୍ଚାଇବା ପାଇଁ ନିଜ ଜୀବନର ବାଜି ଲଗାଇାବୁ ପଛାଇ ନାହାନ୍ତି। ଭାଲୁ ମୁହଁରୁ ବାପାଙ୍କୁ ବଞ୍ଚାଇବା ପାଇଁ ୮ ମିନିଟ ଭାଲୁ ସହ ଲଢେଇ କରିଛନ୍ତି ୧୪ ବର୍ଷୀୟ ଝିଅ।
ଘଟଣା କ୍ରମେ ଜଣେ ଚାଷୀ ଉପରେ ହଠାତ୍‍ ଏକ ଭାଲୁ ଆକ୍ରମଣ କରିବା ସମୟରେ ତାଙ୍କ ଝିଅ ରକ୍ଷା କରିବା ପାଇଁ ଭାଲୁ ସହ ଲଢେଇ କରିଥିଲେ।
ମିଳିଥିବା ସୂଚନାନୁଯାୟୀ, ସିରୋହୀର ରେବଦର ନିକଟ ସିଲଦର ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଭାଲୁ ଉକ୍ତ ଚାଷୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖିବା ମାତ୍ରେ କୁକୁର ଭୁକିବାକୁ ଆରମ୍ଭ କରିଥିଲେ। କ୍ଷେତ ନିକଟରେ ଥିବା ଘରେ ଉକ୍ତ ଚାଷୀଙ୍କ ୧୪ ବର୍ଷୀୟ ଝିଅ ଶୋଇଥିବା ସମୟରେ ଶବ୍ଦ ଶୁଣି ବାପାକୁ ଭାଲୁ ଆକ୍ରମଣ କରୁଥିବା ଦେଖି ଭାଲୁ ସହ ଲଢେଇ କରିଥିଲେ। ସେପର୍ଯ୍ୟନ୍ତ ଭାଲୁ ଉକ୍ତ ବ୍ୟକ୍ତିଙ୍କୁ ମୁହଁକୁ ଆକ୍ରମଣ କରିବା ସହ ଗୁରୁତର ଆହତ କରିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସାହସୀ ଝିଅ ନିଜ ବାପାଙ୍କ ଜୀବନ ରକ୍ଷା କରିବାକୁ ତୁରନ୍ତ ଭାଲୁ ଉପରେ ଆକ୍ରମଣ କରିଥିଲେ ବୋଲି ଜଣାଇଛନ୍ତି। ଭାଲୁକୁ ଦେଖି ସେ ମଧ୍ୟ ଭୟଭୀତ ହୋଇଥିଲେ ମାତ୍ର ନିଜ ବାପାଙ୍କୁ ରକ୍ଷା କରିବାକୁ ଠେଙ୍ଗା ନେଇ ଭାଲୁ ସହ ଲଢିଥିଲେ।
କୁକୁର ଚଢୁଛି ଲୁହାଶିଡି;ଦେଖନ୍ତୁ ଭିଡିଓ
ଠେଙ୍ଗାରେ ଆକ୍ରମଣ କରିବାରୁ ଭାଲୁ ମଧ୍ୟ ଆହୁରି ଆକ୍ରମଣ କରିବାକୁ ଲାଗିଥିଲା। ସେହି ସମୟରେ ବ୍ୟକ୍ତିଙ୍କ ପତ୍ନୀ ମଧ୍ୟ ପଥର ପକାଇବାକୁ ଆରମ୍ଭ କରିଥିଲେ। ପ୍ରାୟ ୮ ମିନିଟ ଲଢେଇ ପରେ ଭାଲୁ ସେଠାରୁ ପଳାଇଥିଲା। ଏହି ଘଟଣା ଜଣାପଡିବା ପରେ ଚାଷୀଙ୍କ ଝିଅଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଥିବା ଦେଖାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories