www.samajalive.in
Friday, December 12, 2025
14.1 C
Bhubaneswar

ସାହସୀ ଝିଅ ; ବାପା ଜୀବନ ରକ୍ଷା ପାଇଁ ଭାଲୁ ସହ ୮ ମିିନିଟ୍‍ ଲଢିଲା

ସିରୋହୀ : ରାଜସ୍ଥାନର ସିରୋହୀ ଜିଲାରେ ଜଣେ ଝିଅ ନିଜ ବାପାକୁ ବଞ୍ଚାଇବା ପାଇଁ ନିଜ ଜୀବନର ବାଜି ଲଗାଇାବୁ ପଛାଇ ନାହାନ୍ତି। ଭାଲୁ ମୁହଁରୁ ବାପାଙ୍କୁ ବଞ୍ଚାଇବା ପାଇଁ ୮ ମିନିଟ ଭାଲୁ ସହ ଲଢେଇ କରିଛନ୍ତି ୧୪ ବର୍ଷୀୟ ଝିଅ।
ଘଟଣା କ୍ରମେ ଜଣେ ଚାଷୀ ଉପରେ ହଠାତ୍‍ ଏକ ଭାଲୁ ଆକ୍ରମଣ କରିବା ସମୟରେ ତାଙ୍କ ଝିଅ ରକ୍ଷା କରିବା ପାଇଁ ଭାଲୁ ସହ ଲଢେଇ କରିଥିଲେ।
ମିଳିଥିବା ସୂଚନାନୁଯାୟୀ, ସିରୋହୀର ରେବଦର ନିକଟ ସିଲଦର ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଭାଲୁ ଉକ୍ତ ଚାଷୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖିବା ମାତ୍ରେ କୁକୁର ଭୁକିବାକୁ ଆରମ୍ଭ କରିଥିଲେ। କ୍ଷେତ ନିକଟରେ ଥିବା ଘରେ ଉକ୍ତ ଚାଷୀଙ୍କ ୧୪ ବର୍ଷୀୟ ଝିଅ ଶୋଇଥିବା ସମୟରେ ଶବ୍ଦ ଶୁଣି ବାପାକୁ ଭାଲୁ ଆକ୍ରମଣ କରୁଥିବା ଦେଖି ଭାଲୁ ସହ ଲଢେଇ କରିଥିଲେ। ସେପର୍ଯ୍ୟନ୍ତ ଭାଲୁ ଉକ୍ତ ବ୍ୟକ୍ତିଙ୍କୁ ମୁହଁକୁ ଆକ୍ରମଣ କରିବା ସହ ଗୁରୁତର ଆହତ କରିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସାହସୀ ଝିଅ ନିଜ ବାପାଙ୍କ ଜୀବନ ରକ୍ଷା କରିବାକୁ ତୁରନ୍ତ ଭାଲୁ ଉପରେ ଆକ୍ରମଣ କରିଥିଲେ ବୋଲି ଜଣାଇଛନ୍ତି। ଭାଲୁକୁ ଦେଖି ସେ ମଧ୍ୟ ଭୟଭୀତ ହୋଇଥିଲେ ମାତ୍ର ନିଜ ବାପାଙ୍କୁ ରକ୍ଷା କରିବାକୁ ଠେଙ୍ଗା ନେଇ ଭାଲୁ ସହ ଲଢିଥିଲେ।
କୁକୁର ଚଢୁଛି ଲୁହାଶିଡି;ଦେଖନ୍ତୁ ଭିଡିଓ
ଠେଙ୍ଗାରେ ଆକ୍ରମଣ କରିବାରୁ ଭାଲୁ ମଧ୍ୟ ଆହୁରି ଆକ୍ରମଣ କରିବାକୁ ଲାଗିଥିଲା। ସେହି ସମୟରେ ବ୍ୟକ୍ତିଙ୍କ ପତ୍ନୀ ମଧ୍ୟ ପଥର ପକାଇବାକୁ ଆରମ୍ଭ କରିଥିଲେ। ପ୍ରାୟ ୮ ମିନିଟ ଲଢେଇ ପରେ ଭାଲୁ ସେଠାରୁ ପଳାଇଥିଲା। ଏହି ଘଟଣା ଜଣାପଡିବା ପରେ ଚାଷୀଙ୍କ ଝିଅଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଥିବା ଦେଖାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories