www.samajalive.in
Saturday, December 6, 2025
19.1 C
Bhubaneswar

ଇନ୍ଦ୍ରାବତୀ ଜଳଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ଜଲଭଣ୍ଡାରର ପାଣି ଭିତରେ ବୁଡି ନିଖୋଜ ହେଇଯାଇଥିବା ଦୁର୍ଖାଲ ଗ୍ରାମର ୫୦ ବର୍ଷିୟ ପିତ୍ତବାସ ନାଏକଙ୍କ ମୃତଦେହ ଉଦ୍ଧାର ହେଇଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ପିତବାସ ଗ୍ରାମ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ସବୁ ଦିନ ଭଳି ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ସମୟରେ ହଠାତ୍‌ ଗୋଡ ଖସି ଯିବାରୁ ଅକାତକାତ ପାଣି ମଧ୍ୟରେ ବୁଡିଯାଇଥିଲେ ।

ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିବାରୁ ପରିବାର ଲୋକ ଜଳ ଭଣ୍ଡାରରେ ବୁଡିଯାଇଥିବା ଆଶଙ୍କା କରିଥିଲେ । ତୁରନ୍ତ ଥୁଆମୂଳ ରାମପୁର ପୁଲିସ ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଉଭୟ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ପିତବାସଙ୍କ କୌଣସି ସନ୍ଧାନ ପାଇନଥିଲେ । ପୁନଃ ବୁଧବାର ସକାଳେ ଅଗ୍ନିଶମ ବାହିନୀ ହାବିଲଦାର ଶିବ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଆଗ୍ନିକ ରଞ୍ଜିତ ଖଣ୍ଡଗିରୀ, ଲକ୍ଷ୍ମଣ ଧାରୁଆ, ମଦନ ମୋହନ ଶବର ଓ ସୁନିଲ କୁମାର ବେହେରା ପ୍ରମୁଖ ଏକ ମଟର ଚାଳିତ ଡଙ୍ଗାରେ ଜଳଭଣ୍ଡାର ମଧ୍ୟରେ ସର୍ଚ୍ଚ ଅପରେସନ କରିଥିଲେ ।

- Advertisement -

ପାଣ ଭିତରେ ବୁଡି ରହିବାର ଦୀର୍ଘ ୨୦ ଘଣ୍ଟା ପରେ ପ୍ରାୟ ୫୦ଫୁଟ ପାଣି ଭିତରେ ବୁଡି ରହିଥିବା ପିତବାସଙ୍କ ଶବକୁ ଆଗ୍ନିକ ମାନେ ଉଦ୍ଧାର କରି ଜଳ ଭଣ୍ଡାର କୂଳକୁ ଆଣିଥିଲେ । ଏହାପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରାଯାଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories