www.samajalive.in
Saturday, December 6, 2025
19.1 C
Bhubaneswar

ସ୍ଥାୟୀ ନିଯୁକ୍ତି ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ଆଶାସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶରେ ନିରାପଦ ମାତୃତ୍ୱ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆଶାକର୍ମୀଙ୍କୁ ୨୦୦୫ ମସିହାରେ ନିଯୁକ୍ତି କରାଗଲା। ଆଶାକର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ରିପୋର୍ଟ ଓ ଯୋଜନାର ସଫଳତା ନିମନ୍ତେ ଆଶାସାଥୀ ନିଯୁକ୍ତ ହେଲେ। ମିଶନର ନିୟମାନୁସାରେ ଆବଶ୍ୟକ ଯୋଗ୍ୟତା ସମ୍ପନ୍ନ ଆଶାକର୍ମୀଙ୍କୁ ଆଶାକାର୍ଯ୍ୟ ସହ ଆଶାସାଥୀ ଭାବେ ୨୦୧୩ ମସିହାରେ ନିଯୁକ୍ତି ପ୍ରଦାନ କରାଗଲା। ନିଯୁକ୍ତିଠାରୁ ଏପର୍ଯ୍ୟନ୍ତ ଆଶାସାଥୀ ଉଭୟ କାର୍ଯ୍ୟ ସୂଚାରରୂପେ କରି ଆସିଥିବାବେଳେ ହଠାତ୍‍ ଆଶାସାଥୀ ପଦବୀରୁ ଆଶାକର୍ମୀଙ୍କୁ ବାଦ୍‍ କରିବା ନିର୍ଦେଶାନାମା ପ୍ରଦାନ ଅତ୍ୟନ୍ତ ପରିତାପର ବିଷୟ ବୋଲି ସଂଘର ସାଧାରଣ ସମ୍ପାଦିକା ପ୍ରତିମା ସାମଲ କହିଛନ୍ତି। ତେଣୁ ବାସ୍ତବତାକୁ ବିଚାର କରି ଉଚ୍ଛେଦ ତଥା ବାଦ୍‍ ଦେବା ସଂକ୍ରାନ୍ତ ନିର୍ଦେଶନାମା ପ୍ରତ୍ୟାହାର କରାଯିବା, ଆଶାସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହିତ ଅନ୍ୟାନ୍ୟ ରାଜ୍ୟରେ ଆଶାସାଥୀଙ୍କୁ ଯେଉଁ ପ୍ରକାର ସରକାରୀ ସୁବିଧା ପ୍ରଦାନ କରାଯାଉଛି ତାହା ଓଡ଼ିଶାରେ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ସାମଲ କହିଛନ୍ତି। ସଂଘର ଏକ ପ୍ରତିନିଧିମଣ୍ଡଳୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିବାଦ ସଭାରେ ସୁମତି ଆଚାର୍ଯ୍ୟ, କନିକା ମଲ୍ଲିକ, ଅନୁପମା ଦାସ, ଶାନ୍ତନୁ କୁମାର ମହାପାତ୍ରଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories