www.samajalive.in
Sunday, December 14, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ… ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼… ବିଜେଡିର ବ୍ୟାପକ ପ୍ରସ୍ତୁତି… ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ କମ୍ପୁଛି ରାଜରାସ୍ତା… ​ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସବୁଠି ନେତା ଓ ଶୁଭେଚ୍ଛୁ…

(୨)ଆରମ୍ଭ ହେଲା ବିଜେପି କୋର୍‌ କମିଟି ବୈଠକ… ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା… ବୈଠକରେ ଉପସ୍ଥିତ ଅଛନ୍ତି ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ସମୀର ମହାନ୍ତି… ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ସାମିଲ ହୋଇଛନ୍ତି ବିଜେପିର ଅନେକ ବରିଷ୍ଠ ନେତା…

- Advertisement -

(୩) ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲା… ସ୍କାମରେ ଲିଙ୍କ୍‌ ଥିବା ୩୦ଟି ସ୍ଥାନରେ ଚଢ଼ାଉ କରୁଛି ଇଡି… ଦିଲ୍ଲୀ ସମେତ ମୁମ୍ବାଇ ଓ ଲକ୍ଷ୍ନୌ ଭଳି ସହରରେ ଚାଲିଛି ରେଡ୍‌… ଗୁରୁଗ୍ରାମରେ ବି ରେଡ୍‌ ହେଉଥିବା ନେଇ ସୂଚନା…

(୪) ବୋହୂ ମାନ୍ୟତା ଦାବିରେ ପୁଣି ଆଉ ଜଣେ ଯୁବତୀଙ୍କ ଧାରଣା… ଦେବଗଡ଼ ଜିଲା ରିଆମାଳ ଥାନା ବାବରାକୋଟ ଗାଁରେ ଧାରଣାରେ ବସିଛନ୍ତି ଯୁବତୀ… ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ପ୍ରତାରିତ କରିଥିବା ଅଭିଯୋଗ…

(୫) ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ… ହ୍ରାସ ପାଉଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪,୪୧୭ ପଜିଟିଭ୍‌… ସୁସ୍ଥ ହେଲେ ୬,୦୩୨ ଆକ୍ରାନ୍ତ… ଦେଶରେ ବର୍ତ୍ତମାନ ମୋଟ୍‌ ସକ୍ରିୟ ମାମଲା ରହିଛି ୫୨,୩୩୬…

(୬) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ବଢ଼ୁଛି ସୁସ୍ଥତା ସଂଖ୍ୟା… ଚିହ୍ନଟ ହେଲେ ଆଉ ୨୩୧ ସଂକ୍ରମିତ… କରୋନାରୁ ସୁସ୍ଥ ହେଲେ ୩୭୫ଜଣ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୭ଜଣ ଆକ୍ରାନ୍ତ ଥିବା​‌ ସୂଚନା… ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ରହିଛି ୧୫୮୭…

(୭) କେତେ ସୁରକ୍ଷିତ ଶ୍ରୀମନ୍ଦିର ?… ନାଟମଣ୍ଡପ ଛାତରୁ ଗଳୁଛି ବର୍ଷାପାଣି… ଗରୁଡ଼ ସ୍ତମ୍ଭ ନିକଟରେ ହେଉଛି ଜମା… ମରାମତି ନହେବାରୁ ଭୋଗ ମଣ୍ଡପ ଘର ପଶ୍ଚିମ ପାର୍ଶ୍ବରେ ଦେଖାଦେଲାଣି ଏପରି ଅବବ୍ୟସ୍ଥା… ପ୍ରଶାସନର ଅବହେଳା ଯୋଗୁ ପ୍ରଶ୍ନ କଲେଣି ସାଧାରଣ ଲୋକ…

(୮) ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା… ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ… ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ… ୮ ତରିଖରେ ଦକ୍ଷିଣ ଓଡିଶା ଏବଂ ୯ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୯) ଆଜି ଶ୍ରୀଲଙ୍କା ସହ ଭାରତର ‘କର ବା ମର’ ମୁକାବିଲା… ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ୨ୟ ସୁପର-୪ ମ୍ୟାଚ୍‌… ଫାଇନାଲ ଖେଳିବାକୁ ହେଲେ ଏହି ମ୍ୟାଚ୍‌ ଭାରତ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ… ସେପଟେ ଶ୍ରୀଲଙ୍କା ବି ମ୍ୟାଚରେ ବିଜୟୀ ହେଲେ ପ୍ରଥମ ଦଳ ଭାବେ ଫାଇନାଲରେ ପାଇବ ସ୍ଥାନ…

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories