www.samajalive.in
Sunday, December 14, 2025
18.1 C
Bhubaneswar

ଆନ୍ଦୋଳନକୁ ଓହ୍ଲାଇବ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ

ଫୁଲବାଣୀ: ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦକୁ ନେଇ ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଅନେକ ଦିନ ଧରି ଆନ୍ଦୋଳନ ଚାଲିଛି ।  ନିଜ ଦାବି ହାସଲ ପାଇଁ କର୍ମଚାରୀ ମାନେ ଗତ ୧୯ ଦିନ ହେଲା କଳା ବ୍ୟାଜ ପରିଧାନ କରି ପ୍ରତିବାଦ ଜାରି ରଖିଛନ୍ତି । କିନ୍ତୁ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ତେଣୁ ଦାବି ହାସଲ ପାଇଁ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ଠାରେ ଏକ ମହା ଆନ୍ଦୋଳନ କରିବା ପାଇଁ ସଂଘ ପକ୍ଷରୁ ସ୍ଥିର କରାଯାଇଛି । ଏହି ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଚୁକ୍ତି ଭିତ୍ତିକ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଗତକାଲି (ସୋମବାର) ସ୍ଥାନୀୟ ମହିଳା ମହା ବିଦ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ ଓ ସମ୍ପାଦକ ସୀମାଞ୍ଚଳ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାର ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀ ଏହି ଗଣ ଆନ୍ଦୋଳନରେ ସାମିଲ ହେବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଉପଦେଷ୍ଟା ଅଳକା ମହାନ୍ତି, ବିଶ୍ବଜିତ ପଣ୍ଡା, ସୁଶାନ୍ତ ବେହେରା, ସୁଜାତା ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories