www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌; ୨୨ବର୍ଷ ଶାସନକୁ ନେଇ ପଚାରିଲା ୨୨ ପ୍ରଶ୍ନ

ବୌଦ୍ଧ: ରାଜ୍ୟ ସରକାର ୨୨ବର୍ଷ ଶାସନର ସଫଳତାର ବାର୍ତ୍ତା ଗ୍ରାମ ଗ୍ରାମରେ ପହଞ୍ଚାଇବାକୁ ବିଭିନ୍ନ ଯୋଜନା କରୁଥିବାବେଳେ ବିଜେପି ପକ୍ଷରୁ ଶାସକ ଦଳକୁ ଘେରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ୨୨ବର୍ଷ ଶାସନ ଅବସରରେ ୨୨ଟି ପ୍ରଶ୍ନ କରାଯାଇଛି । ଜିଲା ବିଜେପି କାର୍ଯ୍ୟାଳୟଠାରେ ଯୁବମୋର୍ଚ୍ଚା ସଭାପତି  ଅଟଳ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ନିଜର ୨୨ବର୍ଷର ସଫଳ ଶାସନ ନେଇ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟବାସୀଙ୍କୁ ଏପର୍ଯ୍ୟନ୍ତ ଅନେକ ମୌଳିକ ସୁବିଧା ଯୋଗାଇପାରିନଥିବା ଅଭିଯୋଗ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ହୋଇ ସାଧାରଣଲୋକଙ୍କ ଅଧିକାର ସହ କାହିଁକି ଖେଳୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।  ସେହିପରି ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଓ ଜାଗା ମିଶନ ଯୋଜନା ପ୍ରହସନରେ ପରିଣତ ହୋଇଥିବାବେଳେ ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ଏବଂ ଅପପୃଷ୍ଟି ଓ ଶିଶୁ ମୃତ୍ୟୁରେ ଓଡ଼ିଶା ଆଗରେ ଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଚାଷୀଙ୍କ ସମସ୍ୟା ସମାଧାନରେ ସରକାର ବିଫଳ ହୋଇଥିବାବେଳେ ମହିଳା ଓ ଶିଶୁ ସୁରକ୍ଷାରେ ପଛରେ ରହିଛି । ସେହିପରି ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ସହିତ ନିଶା କାରବାର ଜନିତ ଅପରାଧ ଏବଂ ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ।

- Advertisement -

ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ସହିତ ବିଜୁ ଯୁବବାହିନୀ ଓ ପିଠା ଯୋଜନା ଉଭେଇ ଯାଇଛି । ଶକ୍ତି ବିଭାଗର ଘରୋଇକରଣ ନାମରେ ରାଜ୍ୟବାସୀଙ୍କୁ ଲୁଟ୍‌ କରାଯାଉଥିବା ବେଳେ ମେକ୍‌ ଇନ ଓଡ଼ିଶା, ଶିକ୍ଷା ବିଭାଗରେ ଅବ୍ୟବସ୍ଥା, ବେରୋଜଗାରୀ ସମସ୍ୟା, ବନ୍ୟପ୍ରାଣୀ ସୁରକ୍ଷାରେ ସରକାର ବିଫଳ ହୋଇଥିବା ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଳାଇବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମେକ ଇନ ଇଣ୍ଡିଆର ଜିଲା ସଂଯୋଜକ ଶାବନ କୁମାର ନାଏକ, ଯୁବମୋର୍ଚ୍ଚାର ଜିଲା କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ପ୍ରଧାନ ଓ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories